ଟି ୨୦ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଶେଫାଳି ବର୍ମା

ନୂଆଦିଲ୍ଲୀ : ସଦ୍ୟ ପ୍ରକାଶିତ ଟି ୨୦ ରାଙ୍କିଙ୍ଗରେ ଏକନମ୍ବର ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି ଶେଫାଳି ବର୍ମା । ବୁଧବାର ଆଇସିସି ପକ୍ଷରୁ ପ୍ରକାଶକିତ ଟି ୨୦ ରାଙ୍କିଙ୍ଗରେ ଶେଫାଳି ପ୍ରଥମ ସ୍ଥାନରେ ରହିଛନ୍ତି । ଚଳିତ ଟି ୨୦ ବିଶ୍ବକପ୍‌ରେ ନିଜର ଚମତ୍କାର ପ୍ରଦର୍ଶନ କାରଣରୁ ଶେଫାଳିଙ୍କୁ ଏକ ନମ୍ବର ସ୍ଥାନ ମିଳିଛି । ୧୬ ବର୍ଷୀୟ ଶେଫାଳି ୧୮ଟି ଟି ୨୦ ମ୍ୟାଚ୍‌ ଖେଳିଥିବା ବେଳେ ୪୮୫ ରନ୍‌ ସଂଗ୍ରହ କରିଥିବା ବେଳେ ୧୯ଟି ସ୍ଥାନ ଲମ୍ଫ ପ୍ରଦାନ କରିଛନ୍ତି । ଶେଫାଳି ଚଳିତ ଟି ୨୦ ବିଶ୍ବକପ୍‌ରେ ୪ଟି ମ୍ୟାଚ୍‌ରୁ ୧୬୧ ଷ୍ଟ୍ରାଇକ୍‌ ରେଟ୍‌ରେ ୧୬୧ ରନ୍‌ ସଂଗ୍ରହ କରିଛନ୍ତି । ଶେଫାଳିଙ୍କ ବ୍ୟତିତ ସ୍ମୃତି ମାନ୍ଧନା ୪ର୍ଥରୁ ଷଷ୍ଠ ଏବଂ ଜେମିମା ରଡ୍ରିଗ୍‌ଜ ଷଷ୍ଠ ସ୍ଥାନରୁ ଅଷ୍ଟମ ସ୍ଥାନକୁ ଖସିଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ପୁନମ ଯାଦବ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ଇଂଲଣ୍ଡର ସୋଫି ଏକ୍‌ଲେଷ୍ଟୋନ୍‌ ପ୍ରଥମ ସ୍ଥାନରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ