୮୦ବର୍ଷ ବୟସରେ ୧୬ ଥର ପୁସ୍-ଅପ୍ ମାରି ଚର୍ଚ୍ଚାରେ ବୃଦ୍ଧା
ବଲିଉଡ ଅଭିନେତା ମିଲିନ୍ଦ ସୋମେନଙ୍କ ମା’ ୮୦ବର୍ଷ ବୟସରେ ୧୬ଥର ପୁସ୍-ଅପ୍ ମାରି ଚର୍ଚ୍ଚାକୁ ଆସିଛନ୍ତି । ମଦର୍ସ ଡେ ଅବସରରେ ମିଲିନ୍ଦ ନିଜ ମା’ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ମହିଳା ଫିଟ୍ନେସ୍ ଉପରେ ଜୋର ଦେଇଛନ୍ତି । ଭିଡିଓରେ ତାଙ୍କ ମା’ ଉଷା ସୋମେନ୍ ପୁସ୍- ଅଫ୍ ମାରୁଥିବାର ଦେଖିବାକୁ ମିଳିଛି । ୭୦ବର୍ଷ ବୟସରେ ଉଷା ଶାଢି ପିନ୍ଧି ଖାଲି ପାଦରେ ମାରାଥନ୍ ଦୌଡ଼ିଥିଲେ । ମହିଳାମାନେ ବ୍ୟସ୍ତବହୁଳ ଜୀବନରୁ କିଛିଟା ସମୟ ବାହାର କରି ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ ବୋଲି ମିଳିନ୍ଦ କହିଛନ୍ତି ।


