ବ୍ୟାଙ୍କ୍ ଦ୍ୱାରା ଇ-ପେମେଣ୍ଟରେ ୨ ଅର।ବର ଅବୈଧ ସଂଗ୍ରହ:ରିପୋର୍ଟ

ମୁମ୍ବାଇ, (ଏଜେନ୍ସି): କିଛି ସରକାରୀ ଏଜେନ୍ସି ଓ ପବ୍ଲିକ୍ ୟୁଟିଲିଟ୍ ପାଇଁ ଡିଜିଟାଲ୍ ପେମେଣ୍ଟରେ ବ୍ୟାଙ୍କ୍ ଚାର୍ଜ ଗ୍ରାହକଙ୍କ ଠାରୁ ଆଦାୟ କରାଯାଉଛି । ହେଲେ କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆକୁ ପ୍ରମୋଟ କରିବା ପାଇଁ ଗ୍ରାହକଙ୍କୁ ଏଥିରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିଛି ମାମଲାରେ କେବଳ ବ୍ୟାଙ୍କ ଯେ ଗ୍ରାହକଙ୍କ ଠାରୁ ଅବୈଧ ଭାବେ ଚାର୍ଜ ଆଦାୟ କରୁଛି ତାହା ନୁହେଁ ବରଂ ଅନୁମତି ଠାରୁ ଅଧିକ ମୂଲ୍ୟ ଆଦାୟ କରୁଥିବା ଜଣାପଡ଼ିଛି । ଡିଜିଟାଲ୍ ପେମେଣ୍ଟସ୍ରେ ସର୍ଚାର୍ଜେସ୍ର ଅଧ୍ୟୟନକାରୀ ଆଇଆଇଟି ମୁମ୍ବାଇରେ ଗଣିତ ବିଭାଗର ଆଶିସ୍ ଦାସଙ୍କ ଅନୁସାରେ ଗତ ବର୍ଷ କେବଳ ଅନ୍ଲାଇନ୍ ପେମେଣ୍ଟସ୍ରେ ବ୍ୟାଙ୍କଗୁଡ଼ିକ ୨୦୦କୋଟି ଟଙ୍କାର ଅନାଧିକୃତ ଆଦାୟ କରିଛନ୍ତି । ଦିଲ୍ଲୀରେ ୟୁପିଆଇ ମାଧ୍ୟମରେ ବିଦ୍ୟୁତ୍ ବିଲ୍ ପେମେଣ୍ଟକାରୀଙ୍କ ବିଲ୍ ଆମାଉଣ୍ଟରୁ ୧% ଊଦ୍ଧ୍ୱର୍ ମୂଲ୍ୟ ପରିଷୋଧ କରିବାକୁ ପଡ଼ୁଛି । ମୁମ୍ବାଇରେ ଟାଟା ପାୱାରର ଗ୍ରାହକଙ୍କୁ ବିଦ୍ୟୁତ୍ ବିଲ୍ ୨ହଜାର ଟଙ୍କାରୁ ଊଦ୍ଧ୍ୱର୍ ହୋଇଥିବା ବେଳେ ଦିଲ୍ଲୀରେ ୫ହଜାର ଟଙ୍କାରୁ ଊଦ୍ଧ୍ୱର୍ ହେବା ସ୍ଥଳେ ସର୍ଚାର୍ଜ ଦେବାକୁ ପଡ଼ିଥାଏ । ଏହି ପ୍ରକାରରେ ଆଇଆର୍ସିଟିସି ରୁ ଟିକେଟ୍ ବୁକ୍ କରିବା ସମୟରେ ୟୁପିଆଇରୁ ୨ହଜାର ଟଙ୍କାରୁ ଅଧିକ ପେମେଣ୍ଟରେ ଅତିରିକ୍ତ ୧୦ଟଙ୍କା ଓ ଜିଏସ୍ଟି ଦେବାକୁ ପଡ଼ୁଛି । ଆଶିଷ ଦାସ୍ ଡିଜିଟାଲ୍ ପେମେଣ୍ଟ୍ସରେ ବିଭିନ୍ନ ସରଚାର୍ଜର ଅଧ୍ୟୟନରେ ସନ୍ଧାନ ଲଗାଇଛନ୍ତି ଯେ ବ୍ୟାଙ୍କ୍ ଗ୍ରାହକଙ୍କ ଠାରୁ ଲଗାତାର ସର୍ଚାର୍ଜ ଆଦାୟ କରୁଛନ୍ତି । ତେବେ ଆର୍ବିଆଇ ଏହା ବିରୋଧରେ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଦାସ ନିଜ ରିପୋର୍ଟରେ କହିଛନ୍ତି ଯେ ବେଆଇନ୍ ଭାବେ ସର୍ଚାର୍ଜ ଆଦାୟ ହେବା ଦ୍ୱାରା ଡିଜିଟାଲ୍ ପେମେଣ୍ଟକାରୀଙ୍କ ଉପରେ ଅତିରିକ୍ତ ଖର୍ଚ୍ଚ ବୋଝ ପଡ଼ୁଛି । ୨୦୧୮ରେ କେବଳ ଅନ୍ଲାଇନ୍ ପେମେଣ୍ଟସ୍ରେ ହିଁ ଅତିରିକ୍ତ ୨୦୦କୋଟି ଟଙ୍କା ଆଦାୟ କରାଯାଇଛି । ଗ୍ରାହକଙ୍କ ଠାରୁ ସର୍ଚାର୍ଜ ଆଦାୟ କରିବା ବେଆଇନ୍ । ଆର୍ବିଆଇ ୨୦୧୭ ଡିସେମ୍ବର ୨୭ରେ ଜାରି କରିଥିବା ବିଜ୍ଞପ୍ତିରେ ବ୍ୟାଙ୍କ୍କୁ ମର୍ଚାଣ୍ଟ ଡେବିଟ୍ କାର୍ଡ଼ରୁ ପେମେଣ୍ଟକାରୀ ଗ୍ରାହକଙ୍କ ଠାରୁ ଏମ୍ଡ଼ିଆର୍ ଚାର୍ଜ ଆଦାୟ ନକରିବା ସମ୍ବନ୍ଧରେ ସୁନିଶ୍ଚିତ କରିବାକୁ କହିଥିଲେ । ତେବେ ସରକାର ଏହି ନିର୍ଦ୍ଦେଶ ୟୁପିଆଇ ପେମେଣ୍ଟସ୍ ପାଇଁ ମଧ୍ୟ ଜାରି କରିଥିଲେ । ଦାସଙ୍କ ଅନୁସାରେ ସର୍ଚାର୍ଜ, ସେବା ଚାର୍ଜ ତଥା କନ୍ଭିନିଅନ୍ସ ଫି ଠାରୁ ଭିନ୍ନ । ମର୍ଚାଣ୍ଟଙ୍କୁ ସର୍ଭିସ୍ ଚାର୍ଜ ଓ କନ୍ଭିନିଅନ୍ସ ଫି ଆଦାୟ କରିବାର ଅନୁମତି ରହିଛି । ପ୍ରକାଶ ଯେ କନ୍ଭିନିଅନ୍ସ ଫି ସମସ୍ତ ପ୍ରକାରର ପେମେଣ୍ଟ ମୋଡ଼୍ରେ ଏକ ସମାନ ରହିଥାଏ । ତେବେ ସର୍ଚାର୍ଜ ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ । କ୍ରେଡ଼ିଟ୍ କାର୍ଡ଼ରେ ସର୍ବାଧିକ ସର୍ଚାର୍ଜ ଆଦାୟ କରାଯାଇଥାଏ । ତେବେ ଏପରି ଅଧିକତର ମାମଲାରେ ୟୁଟିଲିଟ୍ ତଥା ସରକାରୀ ଏଜେନ୍ସି ବାସ୍ତବିକ ବିଲ୍ ଦେଖାଇଥାନ୍ତି । ହେଲେ ବ୍ୟାଙ୍କ୍ ବିଲ୍ ଆମାଉଣ୍ଟ ସହିତ ସର୍ଚାର୍ଜ ମଧ୍ୟ ଆଦାୟ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ