ଶ୍ରୀ ଶ୍ରୀ ଶନିଶ୍ଚର ମନ୍ଦିର ପ୍ରତିଷ୍ଠା
କୁଆଖିଆ/ରସୁଲପୁର (ଜୁଗାବ୍ଦ ନ୍ୟୁଜ୍): ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ପଞ୍ଚାୟତ କଲଣହାଟ ସ୍ଥିତ ସର୍ବପୁରାତନ ଶନିଦେବଙ୍କ ପୀଠ ସ୍ଥଳୀରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । କର୍ତ୍ତାଭାବେ ସତ୍ୟବ୍ରତ ଆଚାର୍ଯ୍ୟ ଓ ଦୀପ୍ତିମୟୀ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯଜ୍ଞ ଅନୁଷ୍ଠିତ ହେଉଛି । ଗୁରୁବାର ପ୍ରାତଃରେ ଶୁଭାଧିବାସ ସହ ସ୍ଥାନୀୟ ବ୍ରାହ୍ମଣୀ ନଦୀରୁ କଳସ ଶୋଭାଯାତ୍ରା କରାଯାଇ ଯଜ୍ଞ ସ୍ଥାପନ କରାଯାଇଥିଲା । ପରେ ପୂଜାରମ୍ଭ ଓ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ଆଲୋକ ଚନ୍ଦ୍ର ପଣ୍ଡା, ଶ୍ରୀନିବାସ ପଣ୍ଡା, ସୌଭାଗ୍ୟ କୁମାର ଦାଶ, ଅମର ପ୍ରସାଦ ଦାସ, ପ୍ରଶାନ୍ତ କୁମାର ହୋତା, ପ୍ରଭୁପାଦ ରଥ ପ୍ରମୁଖ ପୂଜା କାର୍ଯ୍ୟ ସଞ୍ଚାଳନ କରୁଛନ୍ତି । ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରୁଛନ୍ତି ।