ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୂର୍ବ ଛାତ୍ର ସମ୍ମିଳନୀ

ଆସିକା (ୱାଇଏନ୍‍ଏସ୍‍) : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତିର ପରାମର୍ଶକ୍ରମେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପୂର୍ବଛାତ୍ର ସମ୍ମିଳନୀ ତଥା ପୂର୍ବଛାତ୍ର ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ଶିକ୍ଷାବିତ୍‍ ଡଃ ବିନୋଦ୍‍ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପୂର୍ବଛାତ୍ର ସମ୍ମିଳନୀରେ ଶିକ୍ଷାବିକାଶ ସମିତି ଦକ୍ଷିଣପୂର୍ବ ସମ୍ଭାଗର ସଂପାଦକ ଦୀପକ କୁମାର ମହାରଣା, ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ଉପସଭାପତି ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ପ୍ରଧାନାଚାର୍ଯ୍ୟ ସୁନିଲ୍‍ କୁମାର ଗୌଡ, ଆଚାର୍ଯ୍ୟା ଗୀତାଞ୍ଜଳୀ ସାବତ, ଆଚାର୍ଯ୍ୟ ପ୍ରଭାସ କୁମାର ସାହୁ ଏବଂ ଜଟାଧାରୀ ମହାନ୍ତି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନର ଗୌରବକୁ ବୃଦ୍ଧି କରିବାରେ ବେଶ୍‍ ସହାୟକ ହୋଇପାରିଥିଲା ବେଳେ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷା ଓ ସଂସ୍କାର ଆଧାରରେ ନିଜର କର୍ମମୟ ଜୀବନକୁ ସତ୍‍ମାର୍ଗରେ ପରିଚାଳିତ କରିବା ସହିତ ସମାଜ ସେବାରେ ନିଜକୁ ସଦାସର୍ବଦା ଉତ୍ସର୍ଗିକୃତ କରିବା ସାଙ୍ଗକୁ ରାଷ୍ଟ୍ର ଗଠନରେ ଯୁବଶକ୍ତିର ଆବଶ୍ୟକତା ଓ ନିଜକୁ କିପରି ଉତ୍ତମ ନାଗରିକ ଭାବେ ଗଢିବା ସେ ସଂପର୍କରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ପୂର୍ବଛାତ୍ର ସମ୍ମିଳନୀ ଏକ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ବହୁ ପ୍ରାକ୍ତନ ଛାତ୍ର ନିଜ ନିଜ ପାଠପଢା ସମୟର ବିଭିନ୍ନ ଅନୁଭୂତି ଉପରେ ସ୍ମୃତିଚାରଣ କରିଥିଲେ । କର୍ମମୟ ଜୀବନ ଓ ବ୍ୟସ୍ତତା ମଧ୍ୟରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଆୟୋଜିତ ଏହି ପୂର୍ବଛାତ୍ର ଏକତ୍ରିକରଣ କାର୍ଯ୍ୟକ୍ରମ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ଅତୀତ ସଂପର୍କକୁ ପୁଣି ତେଜିୟାନ୍‍ କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବଛାତ୍ର ମାନଙ୍କୁ ନେଇ ଏକ ସମିତି ଗଠନ କରାଯାଇଥିଲା । ସମିତିର ସଭାପତି ରୂପେ ପ୍ରାକ୍ତନ ଛାତ୍ର ପ୍ରିୟାଂଶୁ ଶେଖର ପରିଡା, ସଂପାଦକ ରୂପେ ଅକ୍ଷୟ କୁମାର ମହାନ୍ତି, ସଂଯୋଜକ ରୂପେ ହିମାଂଶୁ ଶେଖର ତ୍ରିପାଠୀ, ସହସଂଯୋଜକ ରୂପେ ଆଶିଷ୍‍ କୁମାର ତ୍ରିପାଠୀ, ପ୍ରଚାର ପ୍ରସାର ସଂଯୋଜକ ରୂପେ ପି.ଗୌରବ କୁମାର ପାତ୍ର, ବାଳିକା ସମିତିର ସଂଯୋଜିକା ରୂପେ ଶୁଭଶ୍ରୀ ଶତପଥୀଙ୍କ ସମେତ ବହୁ ପୂର୍ବ ଛାତ୍ରଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡିଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଅନୁଷ୍ଠିତ ପୂର୍ବ ଛାତ୍ର ସମ୍ମିଳନୀରେ ଶିକ୍ଷାନୁଷ୍ଠାନର ପ୍ରାକ୍ତନ ଛାତ୍ର ଆକାଶ ଗୌଡ, ନବୀନ କୁମାର, ଅମିତି ବିକ୍ରମ ତ୍ରିପାଠୀଙ୍କ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାର୍ଥୀ ଯୋଗଦେଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଗୁରୁଜୀ ଗୁରୁମା ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ