ଆସିକା ସମବାୟ ଚିନିଶିଳ୍ପରେ ନୂତନ ସଂପାଦକଙ୍କ ଦାୟିତ୍ୱ ଗ୍ରହଣ
ଆସିକା (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ସମବାୟ ଚିିନିଶିଳ୍ପର ନୂତନ ସଂପାଦକ ରୂପେ ସମବାୟ ବିଭାଗର ବରିଷ୍ଠ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ଅଜୟ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ଓଡିଶା ସରକାରଙ୍କ ସମବାୟ ବିଭାଗର ନିର୍ଦ୍ଦେଶକ୍ରମେ ଉପନିବନ୍ଧକ (ଡିଆର୍ସିଏସ୍) ପଦବୀକୁ ପଦୋନ୍ନତି ପାଇ ଆସିକା ସମବାୟ ଚିନିଶିଳ୍ପର ନୂତନ ସଂପାଦକ ରୂପେ ଅଜୟ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଛି । ପୂର୍ବରୁ ସେ ସୁନ୍ଦରଗଡ ଜିିଲ୍ଲା ବଣାଇ ସ୍ଥିତ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ବଣାଇ ସର୍କଲ କାର୍ଯ୍ୟାଳୟରେ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ସଚ୍ଚୋଟତାର ସହ କାର୍ଯ୍ୟ କରି ସମବାୟ ବିଭାଗ ଜରିଆରେ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିଲେ । ସମସ୍ତଙ୍କ ସହଯୋଗରେ ଆସିକା ସମବାୟ ଚିନିଶିଳ୍ପ ଉପରେ ନିର୍ଭର କରୁଥିବା ଗଞ୍ଜାମ ଜିଲ୍ଲାର ୧୭ଟି ବ୍ଳକ ପରିସରଭୁକ୍ତ ଅଞ୍ଚଳରେ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର କରି ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ଏହି ପୁରାତନ ଶିଳ୍ପାନୁଷ୍ଠାନର ପ୍ରଗତିର ରଥକୁ ଆଗେଇ ନେବା ସାଙ୍ଗକୁ ପ୍ରତିଟି କ୍ଷେତ୍ରରେ ଅଭିବୃଦ୍ଧି ଘଟାଇ ରାଜ୍ୟର ଏକ ଆଦର୍ଶ ଅଗ୍ରଣୀ ଓ ବିକଶିତ ଶିଳ୍ପାନୁଷ୍ଠାନରେ ପରିଗଣିତ କରିବା ଏବଂ ଆଖୁଚାଷର ପ୍ରସାର ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ଓ ଆଖୁଫସଲର ଉତ୍ପାଦକତା ଏବଂ ଉତ୍ପାଦନ ବୃଦ୍ଧି କରିବା, ବନ୍ଦ ହୋଇ ପଡିଥିବା ଆସିକା ସମବାୟ ଚିନିଶିଳ୍ପର ସୁରା ଶିଳ୍ପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା, ସରକାରୀ ଅନୁଦାନକୁ ସଦ୍ବିନିଯୋଗ କରି ଚିନିଶିଳ୍ପର ଆଧୁନିକିକରଣ କରିବା, ଚିନି କାରଖାନାରେ କାର୍ଯ୍ୟରତ ସମସ୍ତ ବର୍ଗର କର୍ମଚାରୀ ଓ ଶ୍ରମିକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ପଦକ୍ଷେପ ନେବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ନୂତନ ସଂପାଦକ ଅଜୟ କୁମାର ସେଠୀ ପ୍ରକାଶ କରିଛନ୍ତି । ଆସିକା ସମବାୟ ଚିନିଶିଳ୍ପର ନୂତନ ସଂପାଦକ ରୂପେ ସମବାୟ ବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଫିସର ରୂପେ ପରିଚିତ ଥିବା ଅଜୟ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିବା ପରେ ଚିନିଶିଳ୍ପର ହିସାବ ଅଧିକାରୀ ଚିତ୍ତ ଚିନ୍ମୟରଂଜନ ନାୟକ, ଚିନିଶିଳ୍ପର କର୍ମଚାରୀ ସନ୍ତୋଷ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର କର, ଅନିଲ୍ କୁମାର ଦାଶ, ଇଂ ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଏମ୍.ରାମବାବୁ ଦୋରା, ଦିଲୀପ କୁମାର ସ୍ୱାଇଁ, ଦାମୋଦର ସିୟ, ଏସ୍.ସୁଜିତ୍ କୁମାର ପୃଷ୍ଟି, ବାଇଧର ନାହାକ, ଜ୍ୟୋତି ରାମକୃଷ୍ଣ ତ୍ରିପାଠୀ, ସୁଶାନ୍ତ କୁମାର ପାତ୍ର, ବିଶ୍ୱନାଥ ପାଣିଗ୍ରାହୀ, ବିକାଶ ପଟ୍ଟନାୟକ, କାଳୀଚରଣ ପାଢୀ, ସତ୍ୟବାନ୍ ଲେଙ୍କାଙ୍କ ସମେତ ବହୁ କର୍ମଚାରୀ, ସମବାୟପ୍ରେମୀ, ସଚେତନ ନାଗରିକ, ବୁଦ୍ଧିଜୀବି ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା ।


