ବନ୍ତରେ ବିଜୁ ଜୟନ୍ତୀ ପାଳିତ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ବନ୍ତ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଜି ୧୦୪ତମ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ହାଟସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳର ବରିଷ୍ଠ ନେତୃତ୍ୱ ଓ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏଥିରେ ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ସଂପାଦକ ସୁବାଷ ଦାସ, ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ସରପଞ୍ଚ କୃପାସିନ୍ଧୁ ସେଠୀ, ଛାତ୍ରନେତା ପ୍ରଣବ କିଶୋର ଲେଙ୍କା, ପ୍ରବୀର ରାଉତ, ସୁଧିର ନାୟକ, ଅଶୋକ ମହାନ୍ତି, କୁନା ସାହୁ, ରବିନ୍ଦ୍ର ବିଶ୍ୱାଳ, ହୃଷିକେଶ ପାତ୍ର, ବସନ୍ତ କୁମାର ବେହେରା, ବିଜୟ କୁମାର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ