ଷଣ୍ଢ ଆକ୍ରମଣରେ ଜଣେ ମୃତ
ହାଟଡ଼ିହି : ହାବଳେଶ୍ୱର ପଞ୍ଚାୟତ ଢ଼ାଇପୋଖରୀ ଗ୍ରାମରେ ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ଗତକାଲି ସକାଳେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡିରେ ଏକ ମାରଣା ଷଣ୍ଢ ପସିଥିବାବେଳେ ଗୃହକର୍ତ୍ତା ତାକୁ ବାଡିଧରି ଗୋଡାଇ ଦେଇଥିଲେ । ଷଣ୍ଢଟି ଦୌଡି ଦୌଡି ଆସୁଥିବାବେଳେ ରାସ୍ତାରେ ଠିଆ ହୋଇଥିବା କୃପାସିନ୍ଧୁ ସା ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲା । ଫଳରେ କୃପାସିନ୍ଧୁ ଗୁରୁତର ଆହତ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଯାଜପୁର ଟାଉନ ହସପିଟାଲକୁ ନିଆଯାଇଥିବାବେଳେ ସେଠାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କରଝ ମୃତ୍ୟୁ ଘଟିଥିଲା । ତାଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ଅଣାଯିବାପରେ ଏକ ଶୋକାକୁଳ ପରିବେଶରେ ଆଜି ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି ।