ଘୋଷରାପଦା ଦୋଳ ଉତ୍ସବ ୯ରେ

ହାଟଡ଼ିହି : ଅକରୁଆ ପଞ୍ଚାୟତର ଘୋଷରାପଦା ଠାରେ ଲକ୍ଷ୍ମୀନାରାୟଣ ଦୋଳ ଉତ୍ସବ ଆସନ୍ତା ୯ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସଂଯୋଜକ ଶିଶିର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିରାକାର ବାରିକ, ନରହରି ପାତ୍ର, ମକରଧ୍ୱଜ ଜେନା, ଗଗନ ବିହାରୀ ବେହେରା, ପ୍ରହଲାଦ ମହାନ୍ତ, ଗଣେଶ୍ୱର ବାରିକ, କରୁଣାକର ନାୟକ, ବାସୁଦେବ ଜେନା, ମଣିନାଥ ଜେନା, ବୁଦ୍ଧଦେବ ଦାସ, ଧରଣିଧର ଜେନା, ସନାତନ ଜେନଝା ପ୍ରମୁଖ ଯୋଗଦେଇ ଚଳିତବର୍ଷର ଲକ୍ଷ୍ମୀନାରାୟଣ ଦୋଳ ମହୋତ୍ସବକୁ ସରଶ ସୁନ୍ଦର କରିବାକୁ ନିଷ୍ପତି ନେଇଥିଲେ । ଚଳିତବର୍ଷ ଗୋପ, ହାଟଡିହି, ଚୋରଗଡିଆ, ଅକରୁଆ, ରଗୁଡି, ଶିବନାରାୟଣପୁର, ଘୋଷରାପଦା ପ୍ରଭୃତି ସ୍ଥାନରୁ ଦୋଳବିମାନଗୁଡିକ ଆସିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ପାଲା, ଭଜନ ସମାରୋହ ଓ ଆତସବାଜି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ