ପାୱାର୍ ଟ୍ରିଲର୍ ରୁ ପଡି ଚଟାଷୀ ଗୁରୁତର ଆହତ

ଦିଗପହଣ୍ଡି ଥାନାଞ୍ଚଳ ଢାମଣାପଦର ଗ୍ରାମରେ ଶୁକ୍ରବାର ସକାଳେ ପାୱାର୍ ଟ୍ରିଲର୍ରୁ ପଡି ଜଣେ ଚାଷୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେହେଲେ ଗ୍ରାମର ମାଗୁଣୀ ମଳିକ (୫୦) । ମାଗୁଣୀ ଶୁକ୍ରବାର ସକାଳେ ନିଜ ଚାଷ ଜମିରେ ଚାଷ କାର‌୍ୟ୍ୟ ପାଇଁ ପାୱାର୍ ଟ୍ରିଲର୍କୁ ନେଇ ଯାଇଥିବା ବେଳେ କୌଣସି କାରଣରୁ ତାହା ଓଲଟିଯାଇଥିଲା । ଫଳରେ ମାଗୁଣୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ବ୍ରହ୍ମପୁର ଅଧିକା ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ