ପୋଖରୀରେ ବୁଡି ଯୁବକ ମୃତ୍ୟୁ

ବେଲଗୁଣ୍ଠା (ଶିବରାମ ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଡେରା ସାହିର ରଘୁନାଥ ପାତ୍ରଙ୍କ ପୁଅ କୃଷ୍ଣ ମୂର୍ତ୍ତି ପାତ୍ର 36 ସକାଳ ୧୧ ଘଣ୍ଟା ସମୟରେ ଡେରା ବନ୍ଧ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଗୋଡଖସି ବୁଡି ଯାଉଥିବା ବେଳେ ଜଣେ ଯୁବକ ଗ୍ରାମ ବାସୀଙ୍କୁ ଖବର କରିଥିଲେ । ଗ୍ରାମବାସୀ ପୋଖରୀକୁ ଯାଇ ୨ଘଣ୍ଟା ଖୋଜିବା ପରେ କୃଷ୍ଣ ମୁର୍ତ୍ତିୀ ଙ୍କୁ ଉଦ୍ଧାର କରି ଗୋବରା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଙ୍ଗପୁର ପୋଲିସ ଗୋବରା ମେଡିକାଲ ରେ ପହଂଚି ଏକ ଅପମୃତ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଂଜନଗର ମେଡିକାଲ କୁ ପଠାଇଛି । ସଂନ୍ଧ୍ୟା ହୋଇ ଯୀଇଥିବାରୁ ଆସନ୍ତା କାଲି ଶବକୁ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ମୃତ କୃଷ୍ଣ ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କେ. କୃଷ୍ଣ ମୂର୍ତ୍ତି ପାତ୍ର ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ