ରଙ୍ଗ ଡ଼ାକୁଛି ରୋଗକୁ ହୋଲିରେ ରାସାୟନିକ ରଙ୍ଗର ବିକ୍ରୀକୁ ନିଷିଦ୍ଧ ପାଇଁ ଦାବୀ

ଭୁବନେଶ୍ୱର : ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଗାଁ ଠୁ ସହର ହୋଲି ପାଇଁ ଉତ୍ସବ ମୁଖର । ଖୋଲିଗଲାଣି ରଙ୍ଗର ପସରା । ବିଭିନ୍ନ ରଙ୍ଗର ଫଗୁ, ଗୁଲାଲ ସହ ଚାଇନା ପ୍ରସ୍ତୁତ ଆକର୍ଷଣୀୟ ରାସାୟନିକ ରଙ୍ଗର ରଙ୍ଗୀନ ପ୍ୟାକ୍‌ରେ ସଜେଇ ହେଲାଣି ଷ୍ଟଲ୍ । ଷ୍ଟଲ୍‌ର ଚାରି ।ଖେ ଝୁଲୁଛି ବିଭିନ୍ନ ଜୀବ, ଜନ୍ତୁ ଓ କାର୍ଟୁନ ଇତ୍ୟାଦି ଆକୃତିର ପ୍ଲାଷ୍ଟିକ ପିଚ୍‌କାରୀ । ସମ୍ପ୍ରତି ହୋଲି ପରାମ୍ପରାରେ ଏସବୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପୂର୍ବରୁ ହୋଲିରେ ବ୍ୟବହୃତ ରଙ୍ଗ, ଅବିର ବା ଫଗୁ ଇତ୍ୟାଦି ମଣିଷ ଶରୀର ପ୍ରତି ଏକ ଔଷଧ ଥିଲା । ପ୍ରତିଷେଧକ ଓ ପ୍ରତିରୋଧକ ରୂପେ ଚର୍ମ ରୋଗକୁ ନିୟନ୍ତ୍ରଣ କରୁଥିଲା । ବର୍ତ୍ତମାନ ବଜାରରେ ଉପଳବ୍ଧ ରାସାୟନିକ ରଙ୍ଗ ଆମ ସମସ୍ତଙ୍କ ପାଇଁ ସାଜିଛି ଘାତକ । ଯେମିତିକି କପର ସଲ୍‌ଫେଟ୍‌ରୁ ପ୍ରସ୍ତୁତ ହୋଇଥାଏ ସବୁଜ ରଙ୍ଗ । ଏହା ଶରୀର ସଂସ୍ପର୍ଶରେ ଆସିଲେ ଦୃଷ୍ଟିଶକ୍ତି କ୍ଷୀଣ କରିଦେଇଥାଏ । ଆଲୁମିନିୟମ୍ ବ୍ରୋମାଇଡ୍‌ରୁ ସିଲ୍‌ଭର ରଙ୍ଗ । ଯାହା ଶରୀରରେ କ୍ୟାନ୍‌ସର ପରି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ମରକ୍ୟୁରି ସଲ୍‌ଫାଇଟ୍‌ରୁ ଲାଲ୍ ରଙ୍ଗ । ଯାହା ଚର୍ମ କର୍କଟ ରୋଗ ସୃଷ୍ଟିରେ ସହାୟକ ହୋଇଥାଏ । ଲିଡ୍ ଅକ୍‌ସାଇଡ୍‌ରୁ କଳା ରଙ୍ଗ । ଯାହା କିଡ୍‌ନୀର କାର୍ଯ୍ୟକୁ ବନ୍ଦ କରିଦେବା ସହ ବ୍ୟକ୍ତିକୁ ମାନସିକସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ସତେ ଯେମିତି ରଙ୍ଗ ଡ଼ାକୁଛି ରୋଗକୁ । ଏହି ରଙ୍ଗ ମଧ୍ୟ ଜଳ ସମ୍ପଦକୁ ପ୍ରଦୂଷିତ କରିଥାଏ । ଳଜୀବଙ୍କ ପ୍ରତି ବି ଦ ମଧ୍ୟ ସୃଷ୍ଟି କରିଥାଏ । ଏତ୍‌ଦସହ ଆମ ରାଜ୍ୟରେ ଅନେକ ଅଞ୍ଚଳରେ ନଦୀ, ନାଳର ଜଳକୁ
ଲୋକେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇଥାନ୍ତି । ଏହି ପାଣିକୁ ମଧ୍ୟ ପିଇଥାନ୍ତି । ଯେଉଁମାନେ ଏ ଜଳକୁ ପିଇଥାନ୍ତି ବା ଗାଧୋଇଥାନ୍ତି, ସେମାନେ ସିଧାସଳଖ ରୋଗକ୍ରାନ୍ତ ହୋଇଥାନ୍ତି । ଚାଷ କ୍ଷେତ ମଧ୍ୟ ପ୍ରଭାବିତ ହୋଇଥାଏ । ଅନେକ ସମୟରେ ସରକାର ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ଅଥବା ପରିବେଶ ସୁରକ୍ଷା ପାଇଁ ନୂଆ ଗାଇଡ୍‌ଲାଇନ୍‌, ନିୟମ, କାନୁନ୍ ଓ ଯୋଜନା ପ୍ରସ୍ତୁତ କରିଥାନ୍ତି । ରଙ୍ଗର ଷ୍ଟଲ୍‌ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ସହ ଲାଇସେନ୍ସ ଦେଇଥାନ୍ତି । ଏବେ ବ୍ୟବସାୟୀମାନେ ଖୁଲାମଖୁଲା ଓ ବେଧଡ଼କ ଭାବେ ରାସାୟନିକ ରଙ୍ଗ ବିକ୍ରି କରିଚାଲିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃ କ୍ଷଙ୍କ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ