ପିଲାଙ୍କ ଦାୟିତ୍ୱରେ ଆଗୁଆ କର୍ମଜୀବୀ ମହିଳା
ନିକଟରେ ନେଦରଲ୍ୟାଣ୍ଡର ଏକ ସଂସ୍ଥା ବିଶ୍ୱର ୪୫ଟି ରାଷ୍ଟ୍ରର କର୍ମଜୀବୀ ମହିଳାଙ୍କ ଦାୟିତ୍ୱ ଅନୁଧ୍ୟାନ କରିଥିଲା । ପିଲାଙ୍କ କାମକୁ କିଭଳି ସୁଚାରୁ ରୂପେ ସେମାନେ ତୁଲାଇ ପାରୁଛନ୍ତି, ତାହା ହିଁ ମୁଖ୍ୟ ପ୍ରସଙ୍ଗ ଥିଲା । ଭାରତର ମହାନଗରୀର କର୍ମଜୀବର ମହିଳା ଓ ଗୃହିଣୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ୫୬% ରୁ ଅଧିକ କର୍ମଜୀବୀ ମହିଳା ଉଭୟ ଘରକାମ ଓ ପିଲାଙ୍କ ଦାୟିତ୍ୱ ଭଲ ଭାବେ ନିର୍ବାହ କରିପାରୁଥିବାର ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ।
ଅଧିକାଂଶ କର୍ମଜୀବୀ ମହିଳାଙ୍କ ମତ ସେମାନେ ନିଜେ ଏକ ରୁଟିନ ବନ୍ଧା ଜୀବନରେ ଆଗେଇଥାନ୍ତି । ଏଣୁ ପିଲାଙ୍କୁ ମଧ୍ୟ ସେଇ ଅନୁରୂପ ଗଢ଼ିବାରେ ଚେଷ୍ଟା କରନ୍ତି । ଶିକ୍ଷାଗତ ଯୋଗ୍ୟତା କାରଣରୁ ସେମାନେ ଚାକିରି କରିଛନ୍ତି । ପିଲାଙ୍କୁ ଅନୁରୂପ ଭାବେ ଆଗେଇବାକୁ କର୍ମଜୀବୀ ମହିଳା ଉତ୍ସାହିତ କରୁଥିବାର ଦେଖାଯାଇଛି । ଅନ୍ୟପାଖେ ଗୃହିଣୀଙ୍କ ମୁଖ୍ୟ କାମ ହେଲା ଫୋନରେ ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳାପ କରିବା । ଏ କ୍ଷେତ୍ରରେ ଭାରତୀୟ ଗୃହିଣୀମାନେ ଆଗରେ ଥିବାର ଜଣାପଡ଼ିଛି ।
ଦିନମାନ କୌଣସି କାମ ନଥିବାରୁ ୫ ଘଣ୍ଟା ସେମାନେ ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କ ସହ ଫୋନ୍ କଥା ହୋଇଥାନ୍ତି । ଏହି କାରଣରୁ ପିଲାଙ୍କ ପ୍ରତି ସଠିକ୍ ଦୃଷ୍ଟି ଦେଇପାରନ୍ତି ନାହିଁ । କାମର ଚାପ, ଘର ଦାୟିତ୍ୱ, ପାରିବାରିକ ଜଞ୍ଜାଳ ବାଦ୍ ଏକବିଂଶ ଶତାବ୍ଦୀର କର୍ମଜୀବୀ ମହିଳାମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ନିମନ୍ତେ ଆଦୌ ପଛଘୁଞ୍ଚା ଦେଇନାହାନ୍ତି ବୋଲି ଜଣାପଡ଼ିଛି ।


