ମନ୍ଦିର କାନ୍ଥକୁ ମହିଳା ପିଙ୍ଗନ୍ତି ଅଣ୍ଡା
(ଯୁଗାଦ୍ଦ ନ୍ୟୁଜ), ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଉତ୍ତରପ୍ରଦେଶ ଫିରୋଜାବାଦ୍ରେ ରହିଛି ଏକ ମନ୍ଦିର । ଏଠାରେ ମହିଳାମାନେ ମନ୍ଦିର କାନ୍ଥ ଉପରକୁ ଅଣ୍ଡା ଫିଙ୍ଗିବା ପରମ୍ପରା ରହିଛି । ସ୍ଥାନୀୟ ବିଲହନା ଗାଁରେ ଥିବା ବାବା ନାଗର ସେନଙ୍କ ମନ୍ଦିରରେ ପ୍ରତିବର୍ଷ ବୈଶାଖ ମାସରେ ୩ ଦିନ ଧରି ଏକ ଉତ୍ସବ ପାଳନ କରାଯାଇଥାଏ । ଏହି ଅବସରରେ ମହିଳାମାନେ ଏପରି କରିଥାନ୍ତି । ଏହା ଦ୍ୱାରା ସନ୍ତାନଙ୍କ ଆୟୁ ବୃଦ୍ଧି ହୋଇଥାଏ ବାଲି ସ୍ଥାନୀୟ ଲୋକଙ୍କର ବି ଶ୍ୱାସ ରହିଛି । ଏହି ପରମ୍ପରା ଏଠାରେ ୩ ଶହ ବର୍ଷ ହେଲା ପାଳନ କରାଯାଉଛି । ସେହିପରି ନିଃସନ୍ତାନ ଦମ୍ପତି ବାବାଙ୍କ ମନ୍ଦିରରେ ଅଣ୍ଡା ପିଙ୍ଗିଲେ ସନ୍ତାନ ଲାଭ ହେଉଥିବା ଲୋକେ କୁହନ୍ତି ।