୭୭ ଓ ୭୮ନଂ ପାଣି ପଞ୍ଚାୟତର ସଭାପତି ସମ୍ପାଦକ ନିର୍ବାଚନ

ହାଟଡ଼ିହି , ବିଦ୍ୟାଧରପୁର ଜଳସେଚନ ଉପଖଣ୍ଡର ୭୭ନଂ ଓ ୭୮ନଂ ପାଣିପଞ୍ଚାୟତର ସଭାପତି ଓ ସମ୍ପାଦକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେବଳ ଜଣେ ଲେଖାଏଁ ପ୍ରାର୍ôଥ ନାମାଙ୍କନପତ୍ର ଦାଖଲ କରିବାରୁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ôଥମାନେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ୭୭ନଂ ଦୁର୍ଗାଶ୍ରୀ ପାଣିପଞ୍ଚାୟତର ସଭାପତି ପଦପାଇଁ ସୁଦର୍ଶନ ମଲ୍ଲିକ, ସମ୍ପାଦକ ପଦପାଇଁ କାର୍ତ୍ତିକେୟ ଦାସ, କୋଷାଧ୍ୟକ୍ଷ ପଦ ପାଇଁ ଅଶିତ କୁମାର ବାରିକ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୭୮ନଂ ମା ମଙ୍ଗଳା ପାଣିପଞ୍ଚାୟତର ସଭାପତି ପଦପାଇଁ ଲୋକନାଥ ବୋଇତେଇ, ସମ୍ପାଦକ ପଦପାଇଁ ସୁଶାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ପଦପାଇଁ କୃଷ୍ଣ ଚନ୍ଦ୍ର ବିଶ୍ୱାଳ ନାମଙ୍କନପତ୍ର ଦାଖଲ କରିଥିଲେ । ଏହିସବୁ ପଦବୀ ପାଇଁ ଅନ୍ୟକେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ସମସ୍ତ ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ କନିଷ୍ଠଯନ୍ତ୍ରୀ ସେନାପତି ନାୟକ ଘୋଷଣା କରିବା ସହିତ ବିଜୟୀ ପ୍ରାର୍ଥୀ ମାନଙ୍କୁ ପ୍ରମାଣପତ୍ର , ପୁଷ୍ପଗୁଚ୍ଛ ପାଣିପଞ୍ଚାୟତ ପୁସ୍ତିକା ପ୍ରଦାନ କରିଛନ୍ତି । ପୁଲିଙ୍ଗ ଅଫିସର ଭାବେ କର୍ମଚାରୀ ନିତ୍ୟାନନ୍ଦ ରଣା, ରଞ୍ଜନ ନାୟକ, କୋଦଣ୍ଡ ଜେନା, ବଟକୃଷ୍ଣ ଜେନା, ଦୁର୍ଯ୍ୟୋଧନ ଜେନା, ନରହରି ନାୟକ, ଭଗବାନ ଜେନା ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ