ପ୍ରଧାନମନ୍ତ୍ରୀ “ଭାରତୀୟ ଜନୌଷଧି” କାର୍ଯ୍ୟକ୍ରମ
କେନ୍ଦ୍ରାପଡା: ଗୁଲନଗର ଛକସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରଠାରେ ଭାରତ ସରକାରଙ୍କର ଫାର୍ମାସ୍ୟୁଟିକାଲ୍ସ ବିଭାଗ ପକ୍ଷରୁ ଆୟୋଜିତ ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନୌଷଧି କେନ୍ଦ୍ରରେ ସାରା ଭାରତ ବର୍ଷରେ ଲୋକମାନେ ବହୁ ସୁଲଭ ମୂଲ୍ୟରେ ବିଭିନ୍ନ ଔଷଧ ପାଇପାରୁଛନ୍ତି । ଆଜି ସାରା ଭାରତରେ ଜନୌଷଧି ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ ନିର୍ବାଚିତ ଜନୌଷଧି ବିକ୍ରୟ କେନ୍ଦ୍ର ଓ ହିତାଧିକାରୀଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ସିଧାପ୍ରସାରଣରେ ଲୋକମାନଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ସଭାପତି କିଶୋର ପଣ୍ଡା, ସୁନାକର ବେହେରା, ଜିଲା ପରିଷଦ ସଭ୍ୟ ଦେବାଶିଷ ଦାସ, ଗୁଲନଗର ସରପଞ୍ଚ ପିତବାସ ବେହେରା, ମୃତ୍ୟୁଞୟ ସାହୁ, ତୁଷାର ମହାନ୍ତି, ଭରତ ଚନ୍ଦ୍ର ସାହୁ, ଲିଆକତ୍ ଖାଁ, ଅଭିମନ୍ୟୁ ଗୋଛାୟତ, ଅନନ୍ତ ଚରଣ ସାହୁ, ନୃସିଂହ ସେଠୀ, ଗଗନବିହାରୀ ସାହୁ, ମଧୁସୁଦନ ଗେରୁ ପ୍ରମୁଖ ଉପସ୍ଥିତଥିଲେ ।