ସମାଜସେବୀ ଅକ୍ଷୟ ତରାଇ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ସଂଗ୍ରାମୀ ସମାଜସେବୀ ଅକ୍ଷୟ କୁମାର ତରାଇଙ୍କୁ ସ୍ୱର୍ଣ୍ଣ ଓଡ଼ିଶା ସାରସ୍ୱତ ସମାବେଶରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କେନ୍ଦ୍ରାପଡାର କେଶରପୁର ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନ ଦ୍ୱାରା ପ୍ରାୟୋଜିତ ରାଜ୍ୟ ସ୍ତରୀୟ ସ୍ୱର୍ଣ୍ଣ ଓଡ଼ିଶା ସାରସ୍ୱତ ସମାବେଶରେ ବିଦ୍ୟାଳୟର ପ୍ରତିଷ୍ଠାତା ଡ଼କ୍ଟର ମନୋଜ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଇତ୍ୟବସରରେ ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଜନାର୍ଦ୍ଦନ ମିଶ୍ର ମୁଖ୍ୟ ଅତିଥି ଏବଂ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସମ୍ପାଦକ ହେମନ୍ତ ଜେନା ମୁଖ୍ୟବକ୍ତା ଏବଂ ଡେରାବିଶ ଅଗ୍ନିଶମ ଅଧିକାରୀ ବନମାଳି ମାଝି, ବିଶିଷ୍ଟ କବି ବାଣୀଶ୍ରୀ ସସ୍ମିତା ପଣ୍ଡା ଏବଂ ଅଧ୍ୟକ୍ଷ ନିଶିକାନ୍ତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ସ୍ୱର୍ଣ୍ଣ ଓଡ଼ିଶା’କୁ ଲୋକାର୍ପିତ କରିବା ସହିତ ସାମଗ୍ରିକ ସେବା ପାଇଁ ସମାଜସେବୀ ଅକ୍ଷୟ କୁମାର ତରାଇଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।


