ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ସବୁଜ ଭାରତ ତରଫରୁ ୟୁନିଟ୍-୬ସ୍ଥିତ ସତ୍ୟଭାମାଦେବୀ ଦୃଷ୍ଟିବାଧିତ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାନ୍ଧିବାଦୀ ଓ ସର୍ବୋଦୟ ନେତ୍ରୀ ସମାଜସେବୀକା ବିରଜା ଦେବୀ, ମୁଖ୍ୟ ବକ୍ତା ଭାବେ ଯନ୍ତ୍ରୀ ଲଳିତ ମୋହନ ପଟ୍ଟନାୟକ ଓ ନିରୋଜାଲକ୍ଷ୍ମୀ ମହାପାତ୍ର ଯୋଗଦେଇ ଆଧୁନିକ ସମାଜରେ ମହିଳାମାନଙ୍କ ବିଶେଷ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ଆଜିର ନାରୀ ଗାନ୍ଧୀ ଓ କସ୍ତୁରବାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମୁଖ୍ୟ ଅତିଥି ମତ ରଖିଥିଲେ । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନା ସଭଭାପତିତ୍ୱ କରି କହିଲେ ଯେ, ନାରୀମାନେ କୌଣସି କ୍ଷେତ୍ରରେ ଦୁର୍ବଳ ନୁହଁନ୍ତି । ଏହି ଅବସରରେ ସମାଜସେବୀକା ମୀରା ପରିଡ଼ା, ବିରଜା ଦେବୀ, ରଶ୍ମିତା ମୁଖୀଙ୍କ ସମେତ ମହିଳା ସାମ୍ବାଦିକା ମୌସୁମୀ ମହାନ୍ତି, ଯୁବ କବି ସାରଦା ପ୍ରସାଦ କର, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କୁ ମାନପତ୍ର ଓ ବୃକ୍ଷ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅରୁଣ କୁମାର ମହାପାତ୍ର । ଏଥିରେ ବହୁ ମହିଳା, ସ୍ୱେଚ୍ଛାସେବୀ ସଂଗଠନ ଯୋଗଦେଇ ସଫଳ କରିଥିଲେ ।