କର୍ତ୍ତୃପକ୍ଷଙ୍କ ଅବହେଳା ବିରୋଧରେ ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ପ୍ରତିବାଦ
ଭୁୁବନେଶ୍ୱର : ରାଜ୍ୟର ଟ୍ରେଜେରୀରେ କାର୍ଯ୍ୟରତ ଅମଲାମାନେ ଦୀର୍ଘଦିନ ହେଲା କର୍ତ୍ତୃପକ୍ଷଙ୍କର ଅବହେଳାର ଶିକାର ହୋଇ ଚାଲିଛନ୍ତି । ବହୁବର୍ଷ ଧରି ସେମାନଙ୍କର ସର୍ବନିମ୍ନ ଦାବି ପୂରଣ କରିବାରେ କର୍ତ୍ତୃପକ୍ଷଙ୍କର ଟାଳଟୁଳ ନୀତି କର୍ମଚାରୀମାନଙ୍କୁ ହତାଶ କରିଛି । କ୍ୟାଡ଼ର ପୁନଃଗଠନ ଜରିଆରେ ପଦପଦବୀର ନାମ ପରିବର୍ତ୍ତନ ଓ ଠିକ୍ ସମୟରେ ପଦୋନ୍ନତି ନିମନ୍ତେ ନିର୍ଦ୍ଦିଷ୍ଟ ସରକାରୀ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଟ୍ରେଜେରୀ କର୍ମଚାରୀମାନେ ସେଥିରୁ ବଞ୍ôଚତ ହେଉଛନ୍ତି । ବଦଳି ଡ଼ର କର୍ମଚାରୀମାନଙ୍କୁ ନିରାଶ କଲାବେଳେ କଥା କଥାକେ ଅକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ସେମାନଙ୍କ ଗଣତାନ୍ତ୍ରିକ ଚେତନାବୋଧକୁ କୁଠାରଘାତ କରିଚାଲିଛି । ୧୩ ଜିଲ୍ଲାରୁ ୩୦ ଜିଲ୍ଲା ହେଲାବେଳେ ଜନସାଧାରଣଙ୍କୁ ଦ୍ୱାର ଦେଶରେ ସେବା ଯୋଗାଇବା ପାଇଁ ନିଯୁକ୍ତ ପ୍ରାୟ ୧୮୦୦ କର୍ମଚାରୀଙ୍କ ସଂଖ୍ୟା ୫୩୫କୁ ହ୍ରାସ କରି ଗୁଣାତ୍ମକ ସେବା କ୍ଷେତ୍ରରେ ପ୍ରତିବନ୍ଧକ ତିଆରି କରାଯାଉଛି । କମ୍ପୁଟରକରଣ ଭିତ୍ତିଭୂମିକୁ ଉନ୍ନତିକରଣ କରାଯାଉ ନାହିଁ । କର୍ମଚାରୀମାନଙ୍କୁ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଦିଆଯାଇ ପାରୁନାହିଁ । ଖାଲି ପଡ଼ିଥିବା ପଦବୀ ପୂରଣ ହୋଇପାରୁନାହିଁ । କିନ୍ତୁ ବହୁ ନୂଆ ନୂଆ କାର୍ଯ୍ୟକ୍ରମ କର୍ମଚାରୀମାନଙ୍କ ଉପରେ ଲଦି ଦିଆଯାଉଛି । ଫଳତଃ କର୍ମଚାରୀମାନେ ମାନସିକ ଓ ପାରିବାରିକ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିପାରୁ ନାହାଁନ୍ତି । ମହିଳା କର୍ମଚାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ଓ ନିର୍ଯ୍ୟାତନା ପ୍ରତିକାର ପ୍ରକୋଷ୍ଠ ବ୍ୟବସ୍ଥା, ମାର୍ଚ୍ଚ ମାସର କଠିନ କାର୍ଯ୍ୟଭାର ନିମନ୍ତେ ସ୍ୱତନ୍ତ୍ର ଭତ୍ତା ଭାବେ ୧୦ ଦିନର ଦରମା, ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ କର୍ମଚାରୀଙ୍କ ମୂଳ ବେତନ ପ୍ରଦାନ ଆଦି ଦାବି ନେଇ ଆଗାମୀ ତା ୧୧.୦୩.୨୦୨୦ ରିଖରୁ ତା ୧୩.୦୩.୨୦୨୦ରିଖ ତିନିଦିନ ଧରି କଲାବ୍ୟାଚ୍ ପରିଧାନ ସହ ମଧ୍ୟାହ୍ନ ଭୋଜନ ବିରତି ସମୟରେ ସମସ୍ତ ଜିଲ୍ଲା କୋଷାଗାରରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ନିିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ ଡ଼ାକରା ଦେଇଛି ।