କେରଳରେ ୫ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ
ଥିରୁଅନନ୍ତପୁରମ୍ : କେରଳରେ ୫ ଜଣ ନୂତନ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ନୂତନ ୫ ଜଣଙ୍କୁ ମିଶାଇ ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ୫ ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । କେରଳର ପଥନମଥିଟ୍ଟାରେ ଏହି ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଇଟାଲୀ ଯାଇଥିବା ବେଳେ ଅନ୍ୟମାନେ ତାଙ୍କର ସମ୍ପର୍କୀୟ ବୋଲି ଜଣା ପଡିଛି । ପ୍ରଥମେ ସମ୍ପର୍କୀୟ ମାନେ ଜ୍ବରରେ ପୀଡିତ ହେବା ପରେ ଯୁବକଙ୍କ ଠାରେ କୋରୋନା ଭାଇରସ୍ର ଲକ୍ଷଣ ଦେଖାଦେଇଥିଲା । ସମସ୍ତ ୫ ଜଣ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତିଶେଧକ ମୂଳକ ପଦକ୍ଷେପ ସ୍ବରୂପ ବର୍ତ୍ତମାନ ସୁଦ୍ଧା କେରଳରେ ୬୩୭ ଜଣଙ୍କୁ ହସ୍ପିଟାଲରେ ରଖାଯାଇଛି ।


