ମହିଳା ଦିବସକୁ କଳା ଦିବସ ରୂପେ ପାଳନ କଲା ମହିଳ ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର, : ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ ଯେକି ପ୍ରଥମଥର ପାଇଁ ପାର୍ଲାମେଣ୍ଟରେ ସ୍ୱର ଉତ୍ତୋଳନ କରିଛନ୍ତି ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏବଂ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଟିମ୍ ଗଠନ କରି ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ହେଲେ ତାଙ୍କ ରାଜ୍ୟରେ ଧନ୍ଦାମୂଳକ ତାଲିମ ନେଇସାରିବା ପରେ ମଧ୍ୟ ୨୦୦୬ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ମହିଳାମାନେ ରାଜରାସ୍ତାରେ ବସିବା ପରେ ସରକାର ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ସାରା ବିଶ୍ୱରେ ଯେତେବେଳେ ଆନ୍ତର୍ଜାତୀୟ ମହିଳା ଦିବସକୁ ମହାସମାରୋହରେ ପାଳନ କରୁଛି, ସେତେବେଳେ ତାଙ୍କ ରାଜ୍ୟରେ ଶହ ଶହ ମହିଳା ଗାନ୍ଧୀମାର୍ଗଠାରେ ଆନ୍ତର୍ଜାତୀୟ ମହିଳା ଦିବସକୁ କଳା ଦିବସ ରୂପେ ପାଳନ କରିଛନ୍ତି । ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପାଖରେ ଯଦି ନିଯୁକ୍ତି ଦେବା ପାଇଁ ସକ୍ଷମ ନାହିଁ, ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ବା ବିଜେଡ଼ି ସଭାପତି କଣ ପାଇଁ ବାହୋସ୍ପଟ ମାରୁଛନ୍ତି ଯେ ମହିଳାମାନଙ୍କୁ ସଶକ୍ତିକରଣ କରିବାରେ ବିଜେଡ଼ି ସବୁବେଳେ ତତ୍ପର । ଯଦି ଆସନ୍ତା ୧୩ ତାରିଖ ସୁଦ୍ଧା ସରକାର ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି ବା ଆଲୋଚନା ନ କରନ୍ତି, ତେବେ ଚଳିତ ମାସ ମାର୍ଚ୍ଚ ୧୪ ତାରିଖରୁ ହଜାର ହଜାରା ମହିଳା ସ୍ୱାସ୍ଥ୍ୟକର୍ମୀମାନେ ରାଜରାସ୍ତାରେ ଧାରଣା ଦେବେ ଓ ଦାବି ପୂରଣ ନହେବା ଧାରଣା ଜାରି ରହିବ ବୋଲି ଶ୍ରୀ ଜେନା କହିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡେଇ କହିଛନ୍ତି ଯଦି ରାଜ୍ୟ ସରକାରଙ୍କ ପାଖରେ ନିଯୁକ୍ତି ଦେବାରେ ସକ୍ଷମ ନାହିଁ ତେବେ ନିରୀହ ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ହେଉଛନ୍ତି ଏବଂ ଯେଉଁଭଳି ଭାବରେ ଦେଶରେ ଭୟଙ୍କର କରୋନା ବ୍ୟାପିବାରେ ଲାଗିଛି ରାଜ୍ୟ ସରକାର ଯଦି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାହାଯ୍ୟ ମାଗିବେ ତେବେ ସମସ୍ତ ଏଏନ୍‌ଏମ୍ ଭଉଣୀମାନେ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗର ହାତ ବଢାଇବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି ଓ ସମ୍ପାଦକମାନେ ନିଜର ଅଭିଭାଷଣରେ କହିଛନ୍ତି ଯେ, ଆଗାମୀ ପୌର ନିର୍ବାଚନରେ ବିଜେଡ଼ି ବିରୋଧରେ ସ୍ୱର ଉତ୍ତୋଳନ କରିବା ସହିତ ସମସ୍ତ ଜିଲ୍ଲାରେ ୱାର୍ଡ଼ ୱାର୍ଡ଼ ବୁଲି ସରକାରଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି କରିବେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ସଂଯୁକ୍ତା ସାହୁ, କୋଷାଧ୍ୟକ୍ଷ ମମତା ସାହୁ, ସୋନାଲି ମହାନ୍ତି, ସାବିତ୍ରୀ ଲେଙ୍କା, ଡ଼ଲିମା ନାୟକ, ମଞ୍ଜୁଲତା ପଟେଲ, କୃଷ୍ଣପ୍ରିୟା ସାହୁ, ବବିତା ସାହୁ, ସସ୍ମିତା ପାଣି, ମମତା ନାୟକ, ମିନକ୍ଷୀ ପରିଡ଼ା, ସୁଜାତା ମହାରଣା, ମଧୁମିତା ମହାପାତ୍ର, ମୌସୁମୀ ବେହେରା, ପଙ୍କଜିନୀ ନାୟକ, ସଙ୍ଗୀତା ରାଉଳ, ଦିପ୍ତି ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ