୨୭ରେ ସମ୍ବାଦ ସାହିତ୍ୟ ଘର ବାର୍ଷିକ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ସମ୍ବାଦ ସାହିତ୍ଯ ଘରର ଦଶମ ବାର୍ଷିକ ଉତ୍ସବ ସେପ୍ଟେମ୍ବର ୨୭ ତାରିଖରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଅନୁଷ୍ଠିତ ହେବ । ଏନେଇ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟପନ୍ଥା ସ୍ଥିର ହୋଇଛି। ସାହିତ୍ୟ ଘରର ସଭାପତି ଅନ୍ତର୍ଯ୍ଯାମୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ,ବରିଷ୍ଠ ଉପଦେଷ୍ଟା ରତ୍ନାକର ଦାସ,ପ୍ରଶାନ୍ତ କୁମାର ଖଣ୍ଡାଇ, ଆନନ୍ଦ ଚନ୍ଦ୍ର ଓଝା, ଅନନ୍ତ ଚରଣ ମୁଦୁଲି, ଉପ ସଭାପତି ନିତ୍ୟାନନ୍ଦ ବେହେରା,ସହ ସଂପାଦକ ନାରାୟଣ ସାହୁ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପରିଡା, ମୁରଲୀଧର ବେହେରା, ସୁବାସ ପାତ୍ର ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ବାର୍ଷିକ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ଲେଖକ ତଥା ବାଗ୍ମୀ ଦାଶ ବେନହୁର, ମୁଖ୍ଯ ବକ୍ତା ଭାବେ ବରିଷ୍ଠ ଓ. ଏ. ଏସ୍ ତରଙ୍ଗିଣୀ ମିଶ୍ର, ସ୍ୱତନ୍ତ୍ର ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା, ସ୍ବତନ୍ତ୍ର ଅତିଥି ଭାବେ ସାହିତ୍ୟି ଘର ରାଜ୍ଯ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ପ୍ରମୁଖ ଯୋଗଦେଇ ଉତ୍ସବକୁ ସଫଳ କରିବାରେ ସହଯୋଗ କରିବେ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବରିଷ୍ଠ ସାହିତ୍ୟିକ ଘନଶ୍ୟାମ ବୋଇତେଇଙ୍କୁ ସାହିତ୍ଯ ଘର ସମ୍ମାନ, ରକ୍ତଦାନ ଶିବିର ଆୟୋଜନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଆଦିକନ୍ଦ ସ୍ବାଇଁଙ୍କୁ ସମାଜସେବା ସମ୍ମାନ , ଅଜୟ କୁମାର ଜେନାଙ୍କୁ ଯୁବ ଲେଖକ ସମ୍ମାନ ସମେତ ଅନୁଷ୍ଠାନର ବରିଷ୍ଠ ଲେଖକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବିଦ୍ୟୁତ୍ ପ୍ରଭା ଦେଓ, ଆନନ୍ଦ ଚନ୍ଦ୍ର ଓଝାଙ୍କୁ ଅନୁଷ୍ଠାନର ସଦସ୍ଯ ସମ୍ବର୍ଦ୍ଧନା ସମ୍ମାନ ଅର୍ପଣ କରାଯିବାକୁ ସ୍ଥିର ହୋଇଛି।


