୩ଜଣଙ୍କୁ ମିଳିବ ରାଜ୍ୟ ସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସମ୍ମାନ
ହାଟଡିହି (ଓ୍ବାଇଏନଏସ): ବିଗତ ବର୍ଷ ଭଳି ଚଳିତ ବର୍ଷ ବହୁମୁଖୀ ପ୍ରତିଭାର ଅଧିକାରୀ ଶ୍ରୀନିବାସ ଖଣ୍ଡାଇଙ୍କ ସ୍ମୃତି ଉଦ୍ଦେଶ୍ଯରେ ପ୍ରଦତ୍ତ ରାଜ୍ୟ ସ୍ତରୀୟ ସ୍ମୃତି ସମ୍ମାନ ୨୦୨୬ ଘୋଷିତ ହୋଇଛି। ଆଜି ମା ତାରିଣୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକର ସିଦ୍ଧାନ୍ତ ଅନୁଯାୟୀ ଚଳିତ ବର୍ଷ ସାହିତ୍ଯ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲା ବନ୍ତର ବରିଷ୍ଠ ଲେଖକ ଗଣେଶ ପ୍ରସାଦ କରଶର୍ମାଙ୍କୁ ରାଜ୍ୟ ସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସାହିତ୍ୟ ସମ୍ମାନ, ଶିକ୍ଷା କ୍ଷେତ୍ରରେ କେନ୍ଦୁଝରର ସୁନାମଧନ୍ୟ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କୁ ରାଜ୍ୟ ସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ଶିକ୍ଷା ସମ୍ମାନ ଓ ସଂପାଦନା କ୍ଷେତ୍ରରେ ଭଦ୍ରକ ଜିଲ୍ଲାର ଅଭୟ କୁମାର ଦ୍ବିବେଦୀଙ୍କୁ ରାଜ୍ୟ ସ୍ତରୀୟ ଶ୍ରୀନିବାସ ଖଣ୍ଡାଇ ସମ୍ପାଦନା ସମ୍ମାନ ପ୍ରଦାନ କରାଯିବାକୁ ନିଷ୍ପତି ନିଆ ଯାଇଛି। ସେହିପରି ହାଟଡିହି ବ୍ଲକର ମାଟ୍ରିକ ଟପ୍ପର, ନିଟ୍ ରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ଯ ସେପ୍ଟେମ୍ବର ୨୭ ତାରିଖ ହାଟଡିହି ସାହିତ୍ଯ ଘରର ଦଶମ ବାର୍ଷିକ ସାରସ୍ବତ ସମାରୋହରେ ଏହି ସମ୍ମାନ ଅର୍ପଣ କରାଯିବ ବୋଲି ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସଂସଦ ପକ୍ଷରୁ ଘୋଷଣା କରାଯାଇଛି ।


