ଛତ୍ରପୁରକୋର୍ଟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ  ଚଳିତ ବର୍ଷ ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ପ୍ରଦୀପ କୁମାର ସାମଲ , ସିନିୟର ସିଭିଲ ଜଜ୍ ପୂଜା ଦେ , ଏସଡିଜେଏମ ବିଷ୍ଣୁ ପ୍ରିୟା ସାମନ୍ତରାୟ ଓ ଜେଏମଏଫସି ସ୍ଵାଗତିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି    ୩୫ଟି କେସ ର ଫଇସଲା  କରି  ମୋଟ ୧୪ଲକ୍ଷ ୬୬ ହଜାର ୧୦୦ଟଙ୍କା  ଆଦାୟ କରିବା ନିମନ୍ତେ  ନିର୍ଦେଶ ଦେଇଛନ୍ତି l  ଏଥିରେ  ଦୁର୍ଘଟଣା ଜନିତ ୨ ଟି ମାମଲା ରେ ୧୩ ଲକ୍ଷ ୫୦ ହଜାର ଟଙ୍କା,    ୭ଟି  ସିଭିଲ ମାମଲା  ୧୧୦୦ ଟଙ୍କା,  ୨ ଟି ଚେକ ବାଉନ୍ସ ମାମଲାରେ ୧ଲକ୍ଷ ୧୫ହଜାର  ଟଙ୍କା ଆଦାୟ ହୋଇଥିଲା l ଏହା ସହିତ ୪ଟି କ୍ରିମିନାଲ କମ୍ପାଉଣ୍ଡବେଲ    ମାମଲା ର ଫଇସଲା ହୋଇଛି l  ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ ଓ  ଶିବ ସାହୁ, ଆଇନଜୀବି ଦେବେନ୍ଦ୍ର କୁମାର ମିଶ୍ର, ମନୋଜ ପାଢ଼ୀ ଓ ରାମକୃଷ୍ଣ ଦାଶ ଙ୍କ ସମେତ ବହୁ ଆଇନଜିବୀ ମାନେ ମାମଲା ଗୁଡିକର ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ