ଭିଡିଓକନ୍ ଲୋନ୍ ମାମଲା ,୪ କମ୍ପାନୀ ଉପରେ କଟକଣା

ମୁମ୍ବାଇ, (ଏଜେନ୍ସି): ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ମୁଖ୍ୟ ଚନ୍ଦା କୋଚର୍ଙ୍କ ସ୍ୱାମୀ ଦିପକ କୋଚର୍ଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ମିନିଷ୍ଟ୍ରୀ ଅଫ୍ କର୍ପୋରେଟ୍ ଆଫେୟାର୍ସ (ଏମ୍ସିଏ) ରେଜିଷ୍ଟ୍ରାର ଅଫ୍ କମ୍ପାନୀଜ୍ (ଆର୍ଓସି) ମାଧ୍ୟମରେ କୋଚର୍ଙ୍କ ଅତିକମ୍ରେ ୪କମ୍ପାନୀଗୁଡ଼ିକ ବିରୋଧରେ ପ୍ରୋସିକ୍ୟୁସନ୍ କମ୍ପେ୍ଲଣ୍ଟ (ପିସି) ଦାଏର କରିଛନ୍ତି । ଯେଉଁ କମ୍ପାନୀଗୁଡ଼ିକ ବିରୋଧରେ ପିସି ଦାଏର କରାଯାଇଛି, ସେଥିରେ ପେସିଫିକ୍ କ୍ୟାପିଟାଲ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ଼୍, ଇଚନ୍ଦ୍ରା ଶକ୍ତି ପ୍ରାଇଭେଟ୍ ଲିମିଟେଡ଼୍ ଓ ସୁପ୍ରିମ ଏନର୍ଜୀ ପ୍ରାଇଭେଟ୍ ଲିମିଟେଡ଼୍ ଆଦି ସାମିଲ ରହିଛି । ସୂଚନାନୁସାରେ ମନ୍ତ୍ରଣାଳୟ ମୁମ୍ବାଇର ରିଜିଓନାଲ୍ ଏମ୍ସିଏ ଅଫିସ୍ରଙ୍କ ସୁପାରିଶ୍ରେ କୋଚର୍ ଓ ଭିଡ଼ିଓକନ୍ ଗ୍ରୁପ୍ର ଅଧ୍ୟକ୍ଷ ଭି ଏନ୍ ଧୁତଙ୍କ କମ୍ପାନୀଗୁଡ଼ିକ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଥିଲେ । ଆର୍ଓସି ପକ୍ଷରୁ ପିସି ଦାଏର କରାଯିବା ଆଇସିଆଇସିଆଇ ଭିଡ଼ିଓକନ୍ ଲୋନ୍ ମାମଲାର ଯାଞ୍ଚ୍ କରୁଥିବା ଏଜେନ୍ସି ପକ୍ଷରୁ ପ୍ରଥମ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମାନ ବୋଲି ଉଲ୍ଲେଖ କରାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ଏମ୍ଡ଼ି ଓ ସିଇଓ ଚନ୍ଦା କୋଚର୍, ତାଙ୍କ ସ୍ୱାମୀ ଦିପକ କୋଚର୍ ଓ ଧୁତ୍ଙ୍କ ବିରୋଧରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟର (ଇଡ଼ି), ସିବିଆଇ ଓ ଆଇଟି ବିଭାଗ ସହିତ କେତେକ ଲ’ ଏନ୍ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ଯାଞ୍ଚ୍ କରୁଛନ୍ତି । ମୁମ୍ବାଇ ସ୍ଥିତ ଏକ ମାଜିଷ୍ଟ୍ରେଟ୍ କୋର୍ଟରେ ଦାଏର କରାଯାଇଥିବା ପିସି ଗ୍ରହଣୀୟ ହୋଇସାରିଛି । ଏହା ଉପରେ ଜୁନ୍ ୨୭ରେ ଶୁଣାଣୀ ହେବ । ସୂଚନାନୁସାରେ କମ୍ପାନୀଗୁଡ଼ିକ ୨୦ରୁ ଊଦ୍ଧ୍ୱର୍ ଧାରା ଅଧିନରେ କମ୍ପାନୀ ଆଇନ୍ର ଉଲଙ୍ଘନ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ କିଛି ମାମଲାରେ କମ୍ପାନୀଗୁଡ଼ିକ ଉପରେ ଧାରା ୪୪୭ ଓ ଧାରା ୪୪୮ଲଗାଯାଇଛି, ଯାହାକି ଠକାମି ସହିତ ସମ୍ପୃକ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ