ଆପ୍ଳିକେସପନ୍ ଡାଉନ୍ଲୋଡ୍ ବେଳେ ସତର୍କତା
ଏବେ ସ୍ମାର୍ଟ ଫୋନର ଯୁଗ । ଯୁବବର୍ଗ ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ସ୍ମାର୍ଟଫୋନ୍ର ବ୍ୟବହାର କରିବାକୁ ଉଚିତ୍ ମନେ କରୁଛନ୍ତି । ଏହି ସ୍ମାର୍ଟଫୋନ୍କୁ ନେଇ ଏକ ବିଶ୍ୱସ୍ତରୀୟ ଗବେଷଣା କରାଯାଇଥିଲା । ୩୦ ଲକ୍ଷ ଆଣ୍ଡ୍ରୋଏଡ଼୍ ମୋବାଇଲ୍ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏପରି ଅନେକ ଆପ୍ଲିକେସନ୍ ଆମେ ବ୍ୟବହାର କରିଥାଉ ଯାହା ଆମ ଫୋନ୍ର ଗତିକୁ ଖୁବ୍ ମନ୍ଥର କରିଥାଏ । ଆସନ୍ତୁ ଜାଣିବା ସ୍ମାର୍ଟଫୋନ୍କୁ ପ୍ରଭାବିତ କରୁଥିବା କିଛି ଆପ୍ଲିକେସନ୍ ସମ୍ପର୍କରେ ।ଅଧିକାଂଶ ଲୋକେ ‘ଗୁଗୁଲ୍ ମ୍ୟାପ୍’ ଆପ୍ଲିକେସନ୍କୁ ବ୍ୟବହାର କରନ୍ତି । ତେବେ ସ୍ମାର୍ଟଫୋନ୍କୁ ମନ୍ଥର କରିବାରେ ଏହି ଆପ୍ଲିକେସନ୍ର ମୁଖ୍ୟ ଭୂମିକା ରହିଥିବା କେତେକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି ।
‘ହ୍ୟାଙ୍ଗଆଉଟ୍ସ୍ ଆପ୍ଲିକେସନ୍’ରେ ସମସ୍ତେ ପ୍ରାୟତଃ ଚ୍ୟାଟିଂ କରିଥା’ନ୍ତି । ଏହାର ବ୍ୟବହାର ଫୋନ୍କୁ ଧିର କରାଉଥିବା ମଧ୍ୟ କୁହାଯାଏ ।
ଗୁଗୁଲ୍ର ସୋସିଆଲ୍ ନେଟୱାର୍କିଂ ସାଇଟ୍ ‘ଗୁଗୁଲ୍ ପ୍ଲସ୍’ ବ୍ୟବହାର କଲେ ଫୋନ୍ ଆବଶ୍ୟକତା ଠାରୁ ଅଧିକ ମନ୍ଥର ଗତିରେ କାମ କରେ ।‘ଗୁଗୁଲ୍ ପ୍ଲେ ମ୍ୟୁଜିକ୍’, ‘ଗୁଗୁଲ ଟକ୍-ବ୍ୟାକ୍’, ‘ଗୁଗୁଲ ପ୍ଲେ-ନ୍ୟୁଜ୍ଷ୍ଟାଣ୍ଡ’, ‘ଚାଟ୍ ଅନ୍ଭଏସ୍’, ‘ଭିଡ଼ିଓ ଚାଟ୍’ ଆଦି ଆପ୍ଲିକେସନ୍କୁ ଆଦୌ ଡାଉନ୍ଲୋନ୍ ନକରିବା ଉଚିତ୍ । ଉପରୋକ୍ତ ସମସ୍ତ ଆପ୍ଲିକେସନ୍ ଚଳାଇବା ଦ୍ୱାରା ଆପଣଙ୍କ ଫୋନ୍ ଖୁବ୍ ମନ୍ଥର ହୋଇଯିବ । ଯଦ୍ୱାରା କୌଣସି ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।


