ସକାଳେ ସ୍ମାର୍ଟଫୋନ୍ ବ୍ୟବହାର ବଢ଼ାଇଦିଏ ରକ୍ତଚାପ

ସକାଳେ ଉଠି ସ୍ମାର୍ଟଫୋନ୍ ବ୍ୟବହାର କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ପଡ଼ିଥାଏ ଖରାପ ପ୍ରଭାବ । ଅନେକ ସକାଳେ ଉଠି ଇ-ମେଲ୍ କିମ୍ୱା ମେସେଜ୍ ଚେକ୍ କରନ୍ତି । ମାତ୍ର ଏପରି ନ କରିବାକୁ ଟରାଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏପରି କଲେ ଶରୀରରେ ଅଧିକ ପରିମାଣର ଷ୍ଟ୍ରେସ୍ ହରମୋନ୍ କ୍ଷରଣ ହୋଇଥାଏ । ରକ୍ତଚାପ ବୃଦ୍ଧି ପାଇବା ସହ ହାର୍ଟ ଆଟାକ୍ ସହିତ ଡାଇବେଟିସ୍ ହେବାର ଆଶଙ୍କା ରହିଥାଏ । ଏପରି କରୁଥିବା ବ୍ୟକ୍ତି ସର୍ବଦା ଚିନ୍ତାଗ୍ରସ୍ତ ରହିଥାନ୍ତି ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ