ମାଟ୍ରିକ ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ କୃତିତ୍ୱ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଚଳିତ ବାର୍ଷିକ ହାଇସ୍କୁଲ ମାଟ୍ରିକ ପରୀକ୍ଷାରେ ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ କୃତିତ୍ୱ ହାସଲ କରିଛନ୍ତି । ଶତକଡା ୯୦ ଭାଗରୁ ଉଦ୍ଧ୍ୱର୍ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀ ମାନେ ହେଲେ ବିଭୁକଲ୍ୟାଣ ସାହୁ, ସାଶ୍ୱତୀ ରଥ, ସାହେବ ସତ୍ୟ ପ୍ରକାଶ ସା, ସୌରଭ ରଞ୍ଜନ ମିଶ୍ର, ଅନନ୍ୟା ଦେବସ୍ମିତା ସାହୁ, ପ୍ରିୟାଂଶୁ ଶେଖର ନାୟକ, ପୂର୍ଣ୍ଣ୍ୟଶ୍ରୀ ନାୟକ, ରାଧେଶ୍ୟାମ ମହାପାତ୍ର । ସେହିପରି ଉକ୍ତ ଶିଶ୍ୁ ମନ୍ଦିରରେ ମୋଟ ୬୪ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଏ-୧ରେ ୮, ଏ-୨ରେ ୧୮, ବି-୧ରେ ୧୦, ବି-୨ରେ ୧୨, ସିରେ ୧୦, ଡିରେ ୩, ଇରେ ୧, ଏଫରେ ୨ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ନିଳୋକ ହାଇସ୍କୁଲରେ ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଲକ୍ଷ୍ମୀପ୍ରିୟା ବେହେରା, ରାଜେଶ କୁମାର ପାଢୀ, ଶୁଭଶ୍ରୀ ପ୍ରଧାନ, ଶୁଭକାନ୍ତ ଦୀପ୍ତି ରଂଜନ ମହାନ୍ତି ଶତକଡା ୮୦ ଭାଗରୁ ଉଦ୍ଧ୍ୱର୍ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି । ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ମୋଟ ୨୦ ଜଣ ପିଲା ମଧ୍ୟମା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ବି-୨ରେ ୪ ଜଣ, ସିରେ ୧୪ ଜଣ, ଡିରେ ୨ ଜଣ ପିଲା ପାସ୍ କରିଛନ୍ତି ।