ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି) : ସୋମବାର ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲାପାଳ ଦୀଲିପ ରାଉତରାଏ ଯୋଗ ଦେଇ ୧୫୦ ଅଭିଯୋଗର ଶୁଣାଣୀ କରିଥିଲେ l ସେଥିମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ, ରାସନ କାର୍ଡ, ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା, ଜମିଜମା ବିବାଦ, ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ସମେତ ବିଭିନ୍ନ ଅଭିଯୋଗ ମାନ ଆସିଥିଲା l ଜିଲାପାଳ ପ୍ରତ୍ୟେକ ଅଭିଯୋଗର ଗୁରୁତ୍ୱକୁ ବିଚାର କରି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଘଟଣାର ତଦନ୍ତ କରି ଯଥାଶୀଘ୍ର ସମାଧାନ କରିବା ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବାକୁ କହିଥିଲେ। ଅନେକ ଅଭିଯୋଗ ଗୁଡିକ ଶିବିରରେ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗ ଗୁଡ଼ିକର ଶୀଘ୍ର ଫଇସଲା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ୍ତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ,ବିଡ଼ିଓ ସୀତାକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେ଼ଇ ,ତହସିଲଦାର ସାରା ହେମ୍ବ୍ରମଙ୍କ ସମେତ ବିଭିନ୍ନ ବିଭାଗର ଜିଲା ଓ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ