ମହାରାଜଙ୍କଠାରୁ ଏପରି ଧୋକ୍କା ମିଳିବ ବୋଲି ଆଶା କରିନଥିଲି : ଦିଗ୍‌ବିଜୟ ସିଂ

ଭୋପାଳ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପି ସାମିଲ୍‌ ହେବାପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ପରିଶେଷରେ ନିଜର ନିରବତା ଭଙ୍ଗ କରିଛନ୍ତି । ଦିଗ୍‌ବିଜୟ ଟୁଇଟ୍‌ କରି କହିଛନ୍ତି ଯେ, ମହାରାଜଙ୍କଠାରୁ ଏପରି ଧୋକ୍କା ମିଳିବ ବୋଲି ଆଶା ନଥିଲା । ଦିଗ୍‌ବିଜୟ କହିଛନ୍ତି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭା ଆସନ ଓ କ୍ୟାବିନେଟ୍‌ରେ ଜାଗା ପାଇବା ପାଇଁ କଂଗ୍ରେସ ଓ ଗାନ୍ଧି ପରିବାରକୁ ଧୋକ୍କା ଦେଇଛନ୍ତି।
ଦିଗ୍‌ବିଜୟ ସିଂହ ଟୁଇଟ୍‌ରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛି ଲୋକଙ୍କର କ୍ଷମତା ଭୋକ ଅଧିକ ଥାଏ, କିନ୍ତୁ ସ୍ବସ୍ଥ ଲୋକତନ୍ତ୍ର ପାଇଁ ବିଶ୍ବସନୀୟତା ଓ ବିଚାରଧାରା ଅତ୍ୟନ୍ତ ଆବଶ୍ୟକ। ୧୮ ବର୍ଷ ଧରି କଂଗ୍ରେସର ରହିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇ ବିଜେପି ସହିତ ମିଶିଛନ୍ତି । ସିନ୍ଧିଆଙ୍କ ଦଳ ଛାଡିବା ପରେ ମଧ୍ୟପ୍ରଦେଶରେ କମଲନାଥ ସରକାର ଏବେ ବିପଦରେ ପଡିଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ