ଷ୍ଟାନ୍ଲେ ପକ୍ଷରୁ ଆର୍ଥ ସୋଲାର ପାୱାର ୱାଟର ପମ୍ପ୍
ମୁମ୍ବାଇ, (ଏଜେନ୍ସି): ଷ୍ଟାନ୍ଲେ ବ୍ଲାକ୍ ଆଣ୍ଡ ଡେକର ପକ୍ଷରୁ ଭାରତୀୟ ଚାଷୀଙ୍କ ସୁବିଧା ପାଇଁ ଷ୍ଟାନ୍ଲେ ଆର୍ଥ ସୋଲାର ପାୱାର ୱାଟର ପମ୍ପ୍ର ବଜାର ପ୍ରବେଶ କରାଯାଇଛି । କମ୍ପାନୀ ପକ୍ଷରୁ ପ୍ରଥମେ ନାଦି ନାମକ ଡିସି ସ୍ମାର୍ଟ ସୋଲାର ପାୱାର ୱାଟର ପମ୍ପ୍ର ବଜାର ପ୍ରବେଶ କରାଯାଇଥିଲା । କମ୍ପାନୀର ସିଏସ୍ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଷ୍ଟାନ୍ଲେ ଆର୍ଥ ସୋଲାର ପାୱାର ୱାଟର ପମ୍ପ୍ ଦ୍ୱାରା ୫୦୦ ନିୟୁତ ଚାଷୀଙ୍କ ଜୀବନ ଜୀବିକା ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା କମ୍ପାନୀ ପକ୍ଷରୁ ଉଲ୍ଲେଖ କରାଯାଇଛି । ନାଦି ପକ୍ଷରୁ ସମ୍ପ୍ରତି ଦେଶରେ ୨୫ ନିୟୁତ ଏସି ଜେନେରେଟର ବ୍ୟବହୃତ ହେଉଥିବାବେଳେ ଏହା କେବଳ ୨୦% ଚାଷ ଜମିରେ ଉପଲବ୍ଧ । ଏହାର ବିକଳ୍ପ ଭାବେ ନାଦି ପକ୍ଷରୁ ଏହି ନୂଆ ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଷ୍ଟାନ୍ଲେ ଆଗ୍ରୋ-ଡୋମେନ୍ ସହିତ ମିଳିତ ଭାବେ କାର୍ଯ୍ୟ ଜାରି ରଖିଛି । ଏହାଦ୍ୱାରା ଚାଷୀମାନେ ବେଶ୍ ଉପକୃତ ହୋଇପାରିବେ । ସୂଚନାଯୋଗ୍ୟ ଯେ ଷ୍ଟାନ୍ଲେ ଆଣ୍ଡ୍ ଡେକର ୧୪ ବିଲିୟନ୍ ଡଲାର କମ୍ପାନୀ ଭାବେ କାର୍ଯ୍ୟ ଜାରି ରଖିଛି । କମ୍ପାନୀ ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଥିବାବେଳେ ଏଥିରେ ୫୮,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।


