ଗ୍ଲେନମାର୍କ ପକ୍ଷରୁ ରିମୋଗି୍ଲଫ୍ଲୋଜିନ୍ର ଶୁଭାରମ୍ଭ
ମୁମ୍ବାଇ, (ଏଜେନ୍ସି): ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ ରିସର୍ଚ୍ଚ ଭିତ୍ତିକ କମ୍ପାନୀ ‘ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ’ ପକ୍ଷରୁ ଭାରତରେ ଏହାର ସମ୍ପୂର୍ଣ୍ଣ ନୂଆ ପେଟେଣ୍ଟ ପ୍ରୋଟେକ୍ଟେଡ ଏବଂ ସୋଡିୟମ୍ ଗ୍ଲ୍ୟୁକୋଜ କୋ-ଟ୍ରାନ୍ସପୋର୍ଟର ‘ଏସ୍ଜିଏଲ୍ଟି୨ ଇନହାବିଟର’ ରିମୋଗି୍ଲଫ୍ଲୋଜିନତାବୋନେଟ (ରିମୋଗି୍ଲଫ୍ଲୋଜିନ) ଶୁଭାରମ୍ଭ କରିଛି । ଏହି ଔଷଧ ବୟସ୍କଙ୍କ ଭିତରେ ଟାଇପ-୨ ମଧୁମେହ ରୋଗର ଉପଚାରରେ ସହାୟକ ହେବ । ଗ୍ଲେନ୍ମାର୍କ ବିଶ୍ୱର ପ୍ରଥମ କମ୍ପାନୀ ଭାବେ ‘ରିମୋଗି୍ଲଫ୍ଲୋଜିନ’ର ଶୁଭାରମ୍ଭ କରିଥିବାବେଳେ, ଭାରତ ହେଉଛି ପ୍ରଥମ ଦେଶ ଯିଏକି ଏହି ଅତ୍ୟାଧୁନିକ ଔଷଧର ବ୍ୟବହାର କରିଛି । ଗ୍ଲେନ୍ମାର୍କ ପକ୍ଷରୁ ଭାରତରେ ଏହି ରିମୋଗି୍ଲଫ୍ଲୋଜିନ୍ ଔଷଧକୁ ‘ରିମୋ’ ଏବଂ ‘ରେମୋଜେନ୍’ ବ୍ରାଣ୍ଡ ଅନ୍ତର୍ଗତ ଶୁଭାରମ୍ଭ କରାଯାଇଛି । କମ୍ପାନୀ ପକ୍ଷରୁ ‘ରିମୋଗି୍ଲଫ୍ଲୋଜିନ’ର ମୂଲ୍ୟ ପ୍ରତି ଟାବଲେଟ୍ ପିଛା ୧୨.୫୦ ଟଙ୍କା ରହିଥିବାବେଳେ ଏହାକୁ ଦିନକୁ ଦୁଇ ଥର ନେବାକୁ ପଡିଥାଏ । ଏହା ଭାରତରେ ଉପଲବ୍ଧ ଥିବା ‘ଏସ୍ଜିଏଲ୍ଟି୨ ଇନହାବିଟର’ ଠାରୁ ୫୦% କମ । ଭାରତରେ ‘ଏସ୍ଜିଏଲ୍ଟି୨ ଇନହାବିଟର’ର ପ୍ରତିଦିନ ଚିକିତ୍ସାର ମୂଲ୍ୟ ଆନୁମାନିକ ୫୫ ଟଙ୍କା ରହିଥିବାବେଳେ, ‘ରିମୋଗି୍ଲଫ୍ଲୋଜିନ’ ଔଷଧ ଦ୍ୱାରା ପୂର୍ବରୁ ‘ଏସ୍ଜିଏଲ୍ଟି୨ ଇନହାବିଟର’ ବ୍ୟବହାର କରୁଥିବା ମଧୁମେହ ରୋଗୀ ବର୍ଷକୁ ପାଖପାଖି ୧୧,୦୦୦ ଟଙ୍କା ସଞ୍ଚୟ କରିପାରିବେ ।