ଘଣ୍ଟାଏ ମଧ୍ୟରେ ଓପୋ ଏଫ୍ ୧୧ ପ୍ରୋ ମାର୍ବଲ ଆଭେଞ୍ଜର୍ସ ବିକ୍ରି
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ ଓପୋ ଏଫ୍ ୧୧ ପ୍ରୋ ମାର୍ବଲ ଆଭେଞ୍ଜର୍ସ ସିମୀତ ସଂସ୍କରଣ ସ୍ମାର୍ଟଫୋନ୍ର ଆମାଜନ୍ରେ ପ୍ରଥମ ସେଲିଂ ଆରମ୍ଭ ହୋଇଛି । ସ୍ୱତନ୍ତ୍ରତା ସହ ବ୍ରାଣ୍ଡ ସଂସ୍କରଣ ମାର୍ବଲ ସିନେମାଟିକ୍ ପ୍ରଂଶସକଙ୍କ ଠାରୁ ଅହେତୁକ ପ୍ରତିକ୍ରିୟା ପାଇଛି । ଫଳରେ ପ୍ରଥମ ସେଲ୍ ଆରମ୍ଭ ହେବାର ଘଣ୍ଟାଏ ମଧ୍ୟରେ ସମସ୍ତ ଓପୋ ଏଫ୍ ୧୧ ପ୍ରୋ ମାର୍ବଲ ଆଭେଞ୍ଜର୍ସ ବିକ୍ରି ହୋଇଯାଇଛି । ତେବେ ଏହି ଫୋନ୍ର ଅଫ୍ଲାଇନ୍ ସେଲ୍ କିଛି ଦିନ ମଧ୍ୟରେ ଆରମ୍ଭ ହେବ । ମାତ୍ର ୨୭,୯୯୦ ଟଙ୍କାରେ ଉପଲବ୍ଧ ହେଉଥିବା ଉକ୍ତ ସ୍ମାର୍ଟଫୋନ୍ ନୀଳ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଏହା ଇନଟ୍ରିକେଟ ହେକ୍ସାଗୋନାଲ ଡିଜାଇନ ସହିତ ଓପୋର ସ୍ୱତନ୍ତ୍ର ଗ୍ରାଡ଼ିଏଣ୍ଟ ଇଫେକ୍ଟରେ ବଜାରକୁ ଆସିଛି । ଏକ ସ୍ୱତନ୍ତ୍ର ଷ୍ଟାଣ୍ଡ ହୋଲ୍ଡର କ୍ୟାପ୍ଟେନ ଆମେରିକାର ଆଇକନିକ ସିଲ୍ଡ ଦ୍ୱାରା ଏହି ଫୋନ୍ ଅନୁପ୍ରାଣିତ ହୋଇଥିବାବେଳେ, ଏକ ଷ୍ଟାମ୍ପଡ଼ କଲେକ୍ଟର ବ୍ୟାଜ ସହିତ କ୍ୟାପ୍ଟେନ ଆମେରିକା ଥିମଡ଼ କେସ୍, ଅବିଶ୍ୱସନୀୟ ରୂପେ ଏକ ଉନ୍ନତ ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରିଛି । ଯାହାକି ବିପୁଳ ଗ୍ରାହକ ପ୍ରତିକ୍ରିୟା ପ୍ରଦାନ କରିବା ପାଇଁ ସମର୍ଥ । ଓପୋ ଏଫ୍୧୧ ପ୍ରୋ ମାର୍ବଲ ଆଭେଞ୍ଜର୍ସ ସିମୀତ ସଂସ୍କରଣ ୬ଜିବି ରାମ ଓ ୧୨୮ ଜିବି ରମ୍ ସହିତ ନିର୍ମିତ ହୋଇଥିବାବେଳେ ଏହା ୪୦୦୦ ମେଗା ୱାଟ୍ ବ୍ୟାଟେରୀ ବିଶିଷ୍ଟ ଭିଓଓସି ଫ୍ଲାସ୍ ଚାର୍ଜ ୩.୦ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଦ୍ୱାରା ସମର୍ଥିତ । ଉକ୍ତ ଯନ୍ତ୍ରାଂଶଟିରେ କମ୍ ଆଲୋକରେ ଫଟୋଗ୍ରାଫି ପାଇଁ ସ୍ପୋର୍ଟସ ୪୮ ଏମ୍ପି ଓ ୫ ଏମ୍ପି ଡ଼ୁଆଲ ରିୟର କ୍ୟାମେରା ଏବଂ ଅବିରତ ସେଲ୍ଫି ପାଇଁ ୧୬ ଏମ୍ପି ରାଇଜିଂ ସମ୍ମୁଖ କ୍ୟାମେରା ରହିଛି । ଉକ୍ତ ଯନ୍ତ୍ରାଂଶଟି ବିସ୍ତୃତ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏହାର ଉନ୍ନତ ସୌନ୍ଦର୍ଯ୍ୟ ପାଇଁ ଖୁବ୍ ଆଦୃତ । ଉକ୍ତ ଓପୋ ଏଫ୍ ୧୧ ପ୍ରୋ ପାୱାର ପ୍ୟାକ୍ ଶକ୍ତିଶାଳୀ ମାର୍ବଲ ୟୁନିଭର୍ସ ଦ୍ୱାରା ତିଆରି କରାଯାଇଛି ।


