ଆତ୍ମା ତରଫରୁ ମହୁ ବାକ୍ସ ବଣ୍ଟନ

ବେଗୁନିଆ(ଯୁଗାବ୍ଦନ୍ୟୁଜ): ବେଗୁନିଆ ବ୍ଲକର ଆତ୍ମା ତରଫରୁ ୧୬ ଚାଷୀଙ୍କୁ ମହୁବାକ୍ସ ବଣ୍ଟନ କରାଯାଇଛି । ଏପ୍ରିଲ ମାସରେ ଆତ୍ମା ଏବଂ ଓୟୁଏଟି ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ମହୁଚାଷ ଦ୍ୱାରା ଚାଷୀ କିପରି ଉପକୃତ ହୋଇପାରିବେ ସେ ସଂକ୍ରାନ୍ତରେ ତାଲିମ ଦିଆଯିବା ପରେ ବାକ୍ସଗୁଡ଼ିକ ଯୋଗାଇ ଦିଆଯାଇଛି । ମହୁ ଚାଷ ପ୍ରକଳ୍ପର ଅବସରପ୍ରାପ୍ତ ପ୍ରାଧ୍ୟାପକ ଚିତ୍ତରଞ୍ଜନ ଶତପଥି ଏହି ତାଲିମ ପ୍ରଦାନ କରିଥିଲେ । ବେଗୁନିଆ ଏବଂ ଗଡ଼ମାଣତ୍ରୀ କୃଷି ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଶ୍ରାବଣୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ