ବୈତରଣୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ହାଟଡ଼ିହି, : ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ‘ବୈତରଣୀ ଉତ୍ସବ’ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କିଶୋର ଆଚାର୍ଯ୍ୟ, ଗୋପାଳ କୃଷ୍ଣ ରାଉତ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଧାକର ଓଝା, ଆଲୋକ ସେଠୀ, ଦେବେନ୍ଦ୍ର ଜେନା, ଚିତ୍ତ ରଞ୍ଜନ ପାତ୍ର, ବିରେନ୍ଦ୍ର କୁମାର ବିଶ୍ୱାଳ, ଧବଳେଶ୍ୱର ପଟ୍ଟନାୟକ, ରବିନ୍ଦ୍ର କୁମାର ସାହୁ, ଚିନ୍ମୟ କୁମାର ନାୟକ, ଅମୀୟ କୁମାର ନାୟକ, ଗୌରାଙ୍ଗ କୁମାର ରଣା, ଦିପ୍ତୀ ରଞ୍ଜନ ଦାସ, ମଧୁସୁଦନ ରାଉତ, ହରମୋହନ ଶାସିନି ପ୍ରମୁଖ ଉପସ୍ଥିତ ରହି ପ୍ରଥମଥର ପାଇଁ ହାଟଡିହି ଅଞ୍ଚଳରେ ଏପରି ଏକ ମହୋତ୍ସବର ସଫଳ ରୁପାୟନ ପାଇଁ ଆଲୋଚନା କରିଥିଲେ । ଆସନ୍ତା ବୈଠକରେ ଅଞ୍ଚଳର ବହୁ ମାନଗଣ୍ୟ ବ୍ୟକ୍ତିଙ୍କ ସହିତ ଆଲୋଚନା କରାଯାଇ ଏହାର ଚୁଡାନ୍ତ ରୁପରେଖ ଦେବାକୁ ବିଧାୟକ ଶ୍ରୀଯୁକ୍ତ ସେଠୀ ପରାମର୍ଶ ଦେଇଥିଲେ । ହାଟଡିହି ଅଞ୍ଚଳରେ ଅନେକ ଲୋକକଳା, ପାଲା, ସାହିତ୍ୟ ଓ ଲୋକସଂସ୍କୃତି ଆଦି ଲୁଚିରହିଥିବା ବେଳେ ଏହି ମହୋତ୍ସବ ମାଧ୍ୟମରେ ତାହାର ପରିପ୍ରକାଶ କରାଯାଇ ପାରିବ ବୋଲି ଆଲୋଚନା ହୋଇଥିଲା ।