ମା ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ପାଳିତ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବସନ୍ତିଆ ଠାରେ ମା’ମଙ୍ଗଳାରଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ପୁସ୍କରିଣୀରୁ ୧୦୮ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଭାବେ ଶକ୍ତିଧର ମିଶ୍ର, ଅମର ମିଶ୍ର, ସ୍ୱରୂପାନନ୍ଦ ମିଶ୍ର, ଯୋଗେନ୍ଦ୍ର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । ପୂଜା ଉତ୍ସବରେ ଗ୍ରାମବାସୀ ମାନେ ସହାୟତା କରିଥିଲେ ।


