କରୋନ ମୁକାବିଲା ପାଇଁ ପ୍ରସ୍ତୁତ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ହିଞ୍ଜିଳି ପ୍ରଶାସନ ପୁରା ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି । କରୋନାର ମୁକାବିଲା ନିମନ୍ତେ ବ୍ଲକର ପ୍ରତ୍ୟେକ ଗ୍ରାମରେ ଅଙ୍ଗନବାଡ଼ି କର୍ମୀ,ସ୍ୱସ୍ଥ୍ୟ କର୍ମୀ,ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଟିମ ଗଠନ କରାଯାଇ ପ୍ରତ୍ୟେହ କରୋନା ଭୂତାଣୁ ସମ୍ପର୍କରେ ଲୋକ ମାନଙ୍କୁ ସଚେତନା କରାିବା ସହିତ ରାଜ୍ୟ ଓ ଦେଶ ବାହାରୁ ଆସଚଥିବା ସମସ୍ତ ଲୋକଙ୍କ ଉପରେ କଡ଼ା ନଜର ରଖା ଯାଇଛି ।ରବିବାର ଦିନ ରଙ୍ଗଣିପଲ୍ଲୀ ଗ୍ରାମର ୨ଜଣ ଦୁବାଇରୁ ଆସିଥିବା ଚିହ୍ନଟ ହୋଇଥିବା ବେଳେ ପୌରପରିଦେର ୪ଜଣ କେରଳରୁ ଆସିଥିବା ବେଳେ ୨ଜଣ ମୁମ୍ବାଇରୁ ହିଞ୍ଜିଳିକାଟୁ ସହରରେ ଥିବା ନିଜ ଘରଖୁ ଫେରିଛନ୍ତି ।ବାହାରୁ ଆସିଥିବା ସମସ୍ତ ଲୋକଙ୍କ ଉପରେ ବ୍ଲକ ଓ ପୌର ପ୍ରଶାସନ ତରଫରୁ ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ଅଲଗା ଘରେ ରହିବା ନିମନ୍ତେ ପରାମର୍ଶ ଦେବା ସହିତ ଘର ଲୋକଙ୍କ ସହ ମିଶିବା ବେଳେ ସମସ୍ତ କରୋନା ସର୍ମ୍ପର୍କିତ ନିୟମକୁ ମାନିବା ନିମନ୍ତେ ପ୍ର।।ସନ ତରଫରୁ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଅନୁରୋଧ କରାଯାଇଛି ।ସେହିପରି ପାର୍କ,ଗୁପଚୁପ ଦୋକାନ,ଆଇସକ୍ରିମ ଦୋକାନ,ଟିୟୁଟରଲ ଇତ୍ୟାଦିକୁ ବନ୍ଦ କରିବା ନିମନ୍ତେ ପୌରପରିଦେ ତରଫରୁ ନୋଟିସ ଯାରୀ କରାଯାଇଛି ।ପୌର ପରିଷଦ ତରଫରୁ ସହରର ବିଭିନ୍ନ ସ୍ଥାନରେ କରୋନା ସହାୟତା କେନ୍ଦ୍ର ଖୋଲାଯିବା ସହିତ ହାତକୁ ସାବୁନ ଦ୍ୱାରା ଧୋଇବାଫାଇଁ ଲୋକଙ୍କୁ ସଚେତନତା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ