ସୁରତ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ , ୧୬ ବିଦ୍ୟାର୍ଥୀ ମୃତ

ସୁରତ : ଗୁଜୁରାଟର ସୁରତ ସ୍ଥିତ ସର୍ଥାନା ଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ନିଆଁଲାଗି ୧୬ ଜଣ ବିଦ୍ୟାର୍ଥୀ ଙ୍କ ମୃତ ହୋଇଥିବା ଅନେକ ଗୁରୁତର ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ ୩ ଓ ୪ ତାଲା ତାଲା ଘରର ମହଲା ଉପରେ ଘରୋଇ କୋଚିଂ ସେଣ୍ଟର ଚାଲୁଥିବା ସମୟରେ ନିଆଁ ଲାଗିଥିଲା । ଏହ÷ି ନିଆଁ ବ୍ୟାପି କିଛି କ୍ଷଣ ମଧ୍ୟରେ ବ୍ୟାପିଯିବାରୁ ଛାତ୍ର ଛାତ୍ରୀ ମାନେ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଥିଲା । ତଥାପି ଏହି ଭୟଙ୍କକ ଅଗ୍ନିକାଣ୍ଡରୁ ବର୍ତ୍ତିବା ପାଇଁ କିଛି ବିଦ୍ୟାର୍ଥୀ ଝରକା ଦେଇ ପ୍ରାଣ ବିକଳରେ ଆତ୍ମରକ୍ଷା କରିବା ନିମନ୍ତେ ଡେଇଁ ଥିବାର ଦୃଶ୍ୟ କିଛି ସ୍ଥାନୀୟ ଗଣମାଧ୍ୟମ ଭିଡିଓରେ ଦେଖିବାକୁ ମିଳିଛି । ମୃତ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି ବୋଲି ପୋଲିସ ତରଫରୁ କୁହାଯାଇଛି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରବାରେ ଲାଗିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଦୁଖ ପ୍ରକାଶ କରିବା ସହ ପ୍ରତି ମୃତକ ପରିବାରଙ୍କୁ ୪ ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ଗୁଜୁରାଟର ସୁରତ ଅଂଚଳରେ ଏଭଳି ଏକ ଦୁଖଦ ଘଟଣା ଘଟିଥିବାରୁ ନରେନ୍ଦ୍ର ମୋଦି ଦୁଖ ପ୍ରକାଶ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସଟ୍ସର୍କିଟ କାରଣରୁ ଏଭଳି ଦୁଖଦ ଘଟଣା ହୋଇଛି ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ