ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ
ଧାମନଗର (ଓ୍ବାଇଏନଏସ): ଓଡିଶା ଫଲୋଫ ସଂସ୍ଥା ବାଲେଶ୍ବର ପକ୍ଷରୁ ଧାମନଗର ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ବନ୍ୟା ଯୋଗୁଁ ସହରାଞ୍ଚଳରେ ବିଭିନ୍ନ ଅଞ୍ଚଳର ଅନେକ ଗାଁ ପ୍ରଭାବିତ ହୋଇଥିବାବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଅନେକ ପରିବାରଙ୍କ ଘରେ ପାଣି ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ଫଳରେ ଦୈନନ୍ଦିନ ଜୀବନଯାପନ ସହ ଖାଦ୍ୟ, ପାନୀୟ ଜଳ ଓ ରହିବା ପାଇଁ ଆଶ୍ରୟକୁ ନେଇ ଲୋକେ ସମସ୍ୟାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ବିପନ୍ନ ପରିବାରଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ଓଡିଶା ଫଲୋଫ ସଂସ୍ଥା ବାଲେଶ୍ବର ପକ୍ଷରୁ ଗୁରୁବାର ୧୧ଟା ସମୟରେ ଶାମପୁର ସ୍ଥିତ ହାଟ ନିକଟରେ ନାରାୟଣ ପୋଥାଳଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅନୁଷ୍ଠାନର ମୁଖ୍ୟ ତଥା ଓଡିଶା ଫଲୋଫ ସଂସ୍ଥା ବାଲେଶ୍ବର ର ନିର୍ଦ୍ଦେଶକ ଡି ବି ହୃଦୟ,ସଂସ୍ଥା ମୁଖ୍ୟ କର୍ମକର୍ତ୍ତା ଦୀପକ କୁମାର ଦାସ,ପାର୍ବତୀ ଦାସ, ସ୍ଥାନୀୟ ସମାଜସେବୀ ସେକ ଅଜଗର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ୧୦୦ରୁ ଉର୍ଦ୍ଧ୍ବ ବନ୍ୟା ବିପନ୍ନ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ। ଶେଷରେ ଯୁବ ସମାଜସେବୀ ସେକ ସନାଉଲ୍ଲା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


