ଜିଲ୍ଲା ସ୍ତରୀୟ ସଂକ୍ରମଣ ଆକଳନ ସର୍ଭେ କାର୍ଯ୍ୟକ୍ରମ

ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲା ସ୍ତରୀୟ ସଂକ୍ରମଣ ଆକଳନ ସର୍ଭେ କାର୍ଯ୍ୟକ୍ରମ “ରୁପ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସହଦେଵଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସଭା ଗୃହରେ ତାଲିମ କାର୍ଯ୍ୟକ୍ରମ  ଆୟୋଜନ। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ସଦର ବ୍ଲକ ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଲାବୋରେଟୋରୀ ଟେକ୍ନିସିଆନ୍‌, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ଅଂଶ ଗ୍ରହଣ କରିଥିଲେ। ଡାକ୍ତର କମଳାକାର ଅର୍ଜୁନ ଲସକର, ବରିଷ୍ଠ ପରାମର୍ଶଦାତା (ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ) ଯୋଗ ଦେଇଥିଲେ ଏବଂ ବାତଜ୍ଵର ନିରାକରଣ ନିମନ୍ତେ ହେଉଥିବା ସର୍ଭେ କାର୍ଯ୍ୟର ପ୍ରଶଂସା କରିଥିଲେ। ଡାକ୍ତର ସୂର୍ଯ୍ୟପ୍ରକାଶ ରାଉତରାୟ (ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିଲାରୀ ) ଏହି କାର୍ଯ୍ୟକ୍ରମ କୁ ଦକ୍ଷତାର ସହିତ ପରିଚାଳନା କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଡାକ୍ତର ଦତ୍ତ, ଡାକ୍ତର ସୋମଲକର ମଧ୍ୟ ଉପସ୍ଥିତ ରହି ଅଂଶ ଗ୍ରହଣକାରି ଙ୍କୁ କାହିଁକି ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀର ପିଲାଙ୍କ ନିକଟରୁ ରକ୍ତ ଗ୍ରହଣ କରି ପରୀକ୍ଷ୍। କରାଯିବ ତା ଉପରେ ଆଲୋକପ।ତ କରିଥିଲେ।  ଉକ୍ତ ସଭା ଶ୍ରୀଯୁକ୍ତ ପରେଶ ଚନ୍ଦ୍ର ନନ୍ଦୀ (ଜିଲ୍ଲା ସହକାରୀ ଜନ ସ୍ବାସ୍ଥ୍ୟ ଅଧିକାରୀ- ପରିବାର ନିୟୋଜନ ଏବଂ ଟିକାକରଣ )ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସାବିତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀମାନେ  ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ