ସଦର ବିଧାୟକଙ୍କ ମା’ ତାରିଣୀ ଦର୍ଶନ

ଶିମୁଳି (ଯୁଗାଦ୍ଧ ନ୍ୟୁଜ): ଚଳିତ ନିର୍ବାଚନର ଫଳାଫଳରେ ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ବିଜୟୀ ହୋଇଥିବା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଜଗନ୍ନାଥପୁର ଗ୍ରାମରେ ଥିବା ଚନ୍ଦନବନ ମା’ ତାରିଣୀ ପୀଠରେ ପୂଜକ ରତ୍ନାକର ମହାନ୍ତ ଓ ଗୌତମ ନାଏକ ପୂଜାର୍ଚ୍ଚନା କରାଯିବା ପରେ ଗ୍ରାମବାସୀ ମାନଙ୍କ ସହ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । କେନ୍ଦୁଝର ଜିଲ୍ଲାରେ ବିଜେପିର ଟେକ ରଖି ବିଜୟୀ ହୋଇଥିବାରୁ କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । କାର୍ଯ୍ୟକ୍ରମରେ ନାରଦପୁର ସରପଞ୍ଚ ସୁଶୀଲ ନାଏକ, ଚନ୍ଦନବନ ମା’ ତାରିଣୀ ଟ୍ରଷ୍ଟ୍ ସଭାପତି ତଥା ପୂର୍ବତନ ସରପଞ୍ଚ କିଶୋର ନାଏକ, ସ୍ଥାନୀୟ ୱାର୍ଡମେମ୍ବର ସୁରେଶ ମୁଣ୍ଡା, ଭାରତୀୟ ମଜୁଦୁର ସଂଘ କେନ୍ଦୁଝର ଜିଲ୍ଲା ପ୍ରଭାରୀ ବାବୁଲାଲ ମହାନ୍ତ, ଭାରତୀୟ ମଜୁଦୁର ସଂଘର ଝୁମ୍ପୁୁରା ବ୍ଲକ୍ ସମ୍ପାଦକ ଚନ୍ଦନ ବୋଇପାଇ, ନିଶ୍ଚିନ୍ତପୁର ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ରୋହିତ ନାଏକ, ଦୁଶାଃସନ ମହାନ୍ତ, ଦୁଶ୍ମନ୍ତ ପଲେଇ, ଶଙ୍କରର୍ଷଣ ନାଏକ, ଯୁଧିଷ୍ଠିର ମହାନ୍ତ, କାହ୍ନ ଚରଣ ଦାସ, ସୁରେନ୍ଦ୍ର ମହାନ୍ତ, ରଘୁନାଥ ମହାନ୍ତ, ଜନ୍ମେଜୟ ମହାନ୍ତ, ଜଳଧର ବେହେରା, ବିକଳାନନ୍ଦ ବେହେରା, ପରମେଶ୍ୱର ମହାନ୍ତ, ବାବୁଲାଲ ମହାକୁଡ, ନାରୀନେତ୍ରୀ ଜାନିକି ଓରାମଙ୍କ ସମେତ ସମସ୍ତ ଗ୍ରାମର ଆଶା ଓ ଅଙ୍ଗନୱାର୍ଡି କର୍ମୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ