ଏଟିଏମ୍ ଅଚଳ ଗ୍ରାହକ ଅସନ୍ତୋଷ
କେନ୍ଦୁଝର(ଜୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ପୌରପାଳିକାରେ ଥିବା ଆଇଡିବିଆଇ ମୁଖ୍ୟ ଶାଖାରେ ଥିବା ଏକମାତ୍ର ଏଟିଏମ୍ କିଛି ଦିନ ହେବ ଅଚଳ ହୋଇ ପଡିଥିବାରୁ ବ୍ୟବସାୟୀ, ଛାତ୍ରଛାତ୍ରୀ ତଥା ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଅତ୍ୟନ୍ତ ଜରୁରୀ ଆବଶ୍ୟକତା ସମୟରେ ଦୁରଦୂରାନ୍ତରୁ ଆସୁଥିବା ଗ୍ରାହକ ମାନେ ଏଟିଏମ୍ରୁ ଟଙ୍କା ନପାଇ ନିଜନିଜର ଜରୁରୀ କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ଅର୍ଥ ଧାର କରଜ କରୁଥିବା ବେଳେ ଆଉ କେତେକ ଲୋକ ଆବଶ୍ୟକୀୟ ଅର୍ଥ ଅଭାବରୁ ନିରାଶ ହୋଇ ଫେରୁଛନ୍ତି । ଏ ବିଷୟରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଦାୟିତ୍ୱହୀନ ଭାବେ ନିରବ ରହୁଥିବାରୁ ଏହି ବ୍ୟାଙ୍କର ଗ୍ରାହକ ମାନଙ୍କ ମଧ୍ୟରେ ବ୍ୟାଙ୍କ ପ୍ରତି ନକାରାତ୍ମକ ଭାବନା ବଢିବାରେ ଲାଗିଛି । ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଶୀଘ୍ର ଏଟିଏମ୍ ମରାମତି କରି ଗ୍ରାହକଙ୍କୁ ସେବା ଯୋଗାଇ ଦେବା ପାଇଁ ସବୁମହଲରେ ଦୃଢ ଦାବି କରାଯାଇଛି ।