ମଦ ଦୋକାନରେ ଧାଡ଼ି, କାରଗାରରେ ଇ-ମୁଲାକାତ୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : କରୋନା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌କୁ କଡାକଡି କରିଛନ୍ତି । ମଦ ଦୋକାନରେ ଧାଡିରେ ଆସି ମଦ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଦ ଦୋକାନ ଧାଡ଼ିରେ ଗ୍ରାହମଙ୍କ ମଧ୍ୟରେ ଅତି କମ୍‌ରେ ଏକ ମିଟର ଦୂରତା ପାଇଁ ନିର୍ଦ୍ଦେଶ ରହିଛି। ଗ୍ରାହକଙ୍କୁ ଦେବା ପୂର୍ବରୁ ମଦ ବୋତଲ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କ ଗହଳି ନ କରିବାକୁ ନିର୍ଦ୍ଦେଶ ରହିଛି । ଅପରପକ୍ଷରେ କରୋନା ପାଇଁ ସବୁ ଜିଲ୍ଲା ମୁଖ୍ୟ କାରାଗାରରେ ଇ-ମୁଲାକାତ ଆରମ୍ଭ ହୋଇଛି। ଭିଜିଟର୍‌ ରୁମ୍‌ରେ ସ୍କାଇପ୍‌ ଜରିଆରେ କଏଦୀଙ୍କ ସହ ସାକ୍ଷାତ କରାଯିବାର ବ୍ୟବସ୍ଥା କରାଯାଇଛି। ଦୁଇରୁ ତିନି ମିନିଟ୍‌ ପାଇଁ କଏଦୀଙ୍କ ସହ ସାକ୍ଷାତ ବ୍ୟବସ୍ଥା କରାଯାଇଛି। ଆଜି ଚୌଦ୍ବାର ଜେଲ୍‌ରେ ୨୫ରୁ ଅଧିକ ଲୋକ ଇ ମୁଲାକାତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ