ବାମେବାରୀ ବନାଚଂଳରେ ୪ ଦନ୍ତା ସହ ୧୮ ହାତୀ, ଲୋକେ ଭୟଭୀତ

ଯୋଡ଼ା (ଯୁଗାଦ୍ଦ) : ବାମେବାରୀ ବନାଚଂଳରେ ୪ଟି ଦନ୍ତାହାତୀ ସହ ୧୮ ଟି ହାତୀ ଆତଙ୍କ ସୃଷ୍ଟି କରିଛନ୍ତି । ବନବିଭାଗ ପକ୍ଷରୁ ନିୟୋଜିତ ହାତୀସ୍କ୍ୱାର୍ଡ ଗ୍ରାମ ଗୁଡିକରେ ପଇଁତରା ମାରି ହାତୀକୁ ଘୋଉଡାଇ ଦେଉଥିବାରୁ ଏପର୍ଯ୍ୟନ୍ତ ଗ୍ରାମପରେ ପଶି ହାତୀପଲ କିଛି ଉତ୍ପାତ କରିପାରୁନାହାନ୍ତି । ହେଲେ ସନ୍ଧ୍ୟା ନଇଁଲେ ହାତୀପଲ ନମ୍ଭିରା, ଭଣ୍ଡାରଡିହି, ବେଲଦା, ଉଚ୍ଚବାଲୀ ପ୍ରଭୃତି ଗ୍ରାମ ନିକଟ ଜଙ୍ଗଲରେ ଥିବାରୁ ଗ୍ରାମବାସୀମାନେ ଭୟରେ କାଳାତିପାତ କରୁଛନ୍ତି । ଏନେଇ ବାମେବାରୀ ବନପାଳ ଯତୀନ୍ଦ୍ର କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ୧୮ ଗୋଟି ହାତୀର ପଲରେ ୪ ଟି ଦନ୍ତା ହାତୀ, ୬ଟି ହାତୀଛୁଆ ଏବଂ ବାକିତକ ମାଇ ହାତୀ ଅଛନ୍ତି । ଏହି ହାତୀପଲ ଝାଡଖଣ୍ଡସ୍ଥିତ ସେରେଣ୍ଡା ସଂରକ୍ଷିତ ଜଙ୍ଗଲରୁ ଚମ୍ପୁଆ ରେଂଜ୍ ଅତିକ୍ରମ କରି ଏହି ଅଂଚଳରେ ପ୍ରବେଶ କରିଛନ୍ତି । ପ୍ରତିଦିନ ସନ୍ଧ୍ୟା ବେଳେ ବନବିଭାଗର ହାତୀସ୍କ୍ୱାର୍ଡ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି । ଏହି ବାମେବାରୀ ବନାଚଂଳ ଦେଇ ସୁଦୀର୍ଘ ରେଳପଥ ଯାଇଥିବାରୁ ବନବିଭାଗ ପକ୍ଷରୁ ରେଳବାଇକୁ ଏହି ଅଂଚଳରୁ ରେଳଗାଡିର ଗତିକୁ ମନ୍ଥର କରିବା ପାଇଁ କୁହାଯାଇଛି । କାରଣ ଅନେକ ସମୟରେ ଜଙ୍ଗଲ ଭିତରେ ଯାଇଥିବା ରେଳ ଧାରଣାକୁ ହାତୀପଲ ଅତିକ୍ରମ କରିଥାନ୍ତି । ତେବେ ଏପର୍ଯ୍ୟନ୍ତ ହାତୀପଲଙ୍କ ଦ୍ୱାରା କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ବନପାଳ ସାହୁଙ୍କ ନିକଟରେ ନଥିବା ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ