ରାଜ୍ୟସ୍ତରୀୟ ଦୌଡି ପ୍ରତିଯୋଗିତା ଇତିହାସ ରଚିଲେ ରାୟଗଡା ଜିଲ୍ଲାର ଦୈତାରୀ ମାଝୀ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାଜ୍ୟ ସ୍ତରୀୟ ଦୌଡ଼ ପ୍ରତିଯୋଗିତାରେ ରାୟଗଡା ଜିଲ୍ଲାର ନିପଟ ଦୁର୍ଗମ ଅଞ୍ଚଳର ନାରାୟଣପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ଦୈତାରୀ ମାଝୀ ସ୍ୱର୍ଣ ପଦକ ହାସଲ କରି ଜାତୀୟ ସ୍ତର କୁ ଉନିତ ହୋଇ ଇତିହାସ ରଚିଥିବତୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦୁଝର ଜିଲ୍ଲାର ଧରଣୀ ଧର ଷ୍ଟାଡିଅମ ଠାରେ ରାଜ୍ୟ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତାରେ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନାରାୟଣ ପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଦୈତାରୀ ମାଝୀ ଚାରଟି ବିଭଗରେ ଶଫଳତା ପାଇଥିବା ଜଣା ପଡିଛି।ସେ ୬ ଶହ ମିଟର ଦୌଡ଼ରେ ପ୍ରଥମ(ସ୍ୱର୍ଣ ), ୮୦ ମିଟର ଦୌଡ଼ରେ ପ୍ରଥମ (ସ୍ୱର୍ଣ )
୨ ଶହ ମିଟର ଓ ୪ ଶହ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ପାଇ ସିଲିଭର (୍ରୌପ୍ୟ )ପଦବ ହାସଲ କରି ବିଜେତା ହୋଇଥିଲେ।ରାଜ୍ୟପାଇଁ ଗୌରବ ଅର୍ଜନ କରିଥିବାରୁ ଉପଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ,ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଅତିରିକ୍ତ ଶିକ୍ଷା ଅଫକାରିଣୀ ଶାନ୍ତିଲତା ମୁନି, ଜିଲ୍ଲା କ୍ରୀଡା ଅଧିକାରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶୁଭେଚ୍ଛା ପ୍ରଦାନ କରି ଜିଲ୍ଲା ପାଇଁ ଗୌରବନୀତ କରିଥିବାରୀ ସ୍ୱାଗତ କରିଥିଲେ। ସରହିପରି କ୍ରୀଡା ଶିକ୍ଷାକ ସ୍ୱାଧୀନତା କୁମାର ଦାସଙ୍କ ଶହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ