ସ୍କୁଲ ଛୁଟି ବଢାଉଛି ଅଭିଭାବକଙ୍କ ଚିନ୍ତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭୁତାଣୁ ଏବେ ଭାରତ ସମେତ୧୬୩ଟି ରାଷ୍ଟ୍ରକୁ ଗ୍ରାସ କରି ସାରିଲାଣି । ଓଡ଼ିଶାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଇତିମଧ୍ୟରେ ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘରୁ ବାହରକୁ ବାହାରିବା ଅଧିକାଂଶଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଥିବା ବେଳେ ଲୋକେ ହୋମ କ୍ୱାରାଟାଂଇନରେ ରହିବାକୁ ଉଚିତ ମଣୁଛନ୍ତି । ସେହିଭଳି ମ୍ୟୁଜିୟିମ୍, ସିନେମାହଲ୍, ବାର୍, ରେଷ୍ଟୁରାଂଟ, ଶପିଂ ମଲ୍ ସବୁ ବନ୍ଦ ରହିଥିବାରୁ ଘର ମଧ୍ୟରେ ରହି ସମସ୍ତେ ବ୍ୟସ୍ତ ହୋଇ ପଡ଼ିଲେଣି । ତେବେ ସବୁଠାରୁ ଅଭିଭାବକଙ୍କ ପାଇଁ ଚିନ୍ତା ବଢାଇ ଦେଇଛନ୍ତି ପିଲାମାନେ । ଘରେ ଅଧିକ ସମୟ ରହିବାକୁ ପଡ଼ୁଥିବାରୁ ଶିକ୍ଷାର୍ଥୀ ମାନେ ଟିଭି ଦେଖିବା, ଭିଡ଼ିଓ ଗେମ୍ ଖେଳିବା ଏବଂ ମୋବାଇଲ ଦେଖିବାରେ ଅଧିକାଂଶ ସମୟ ନଷ୍ଟ କରୁଥିବାର ଦେଖିବାକୁ ମିଳୁଛି । ଘରେ ବସି ଦୀର୍ଘ ସମୟ ଧରି ଶିକ୍ଷାର୍ଥୀ ମାନେ ଟିଭି ଦେଖିବା, ଭିଡ଼ିଓ ଗେମ୍ ଖେଳିବା ଏବଂ ମୋବାଇଲ ଦେଖିବା ଭଳି କାର୍ଯ୍ୟ କରୁଥିବାରୁ ଅଭିଭାବକ ମାନେ ନିଜ ନିଜ ଶିଶୁଙ୍କୁ ଏଭଳି କାର୍ଯ୍ୟରୁ ବିରତି ରହିବାକୁ ପରାମର୍ଶ ଦେଉଥିବା ବେଳେ ଶିଶୁ ମାନେ ବିରକ୍ତ ଭାବ ପ୍ରକାଶ କରୁଥିବା ଜଣାପଡ଼ିଛି । ଅଧିକାଂଶ ପରୀକ୍ଷା ଶେଷ ହୋଇଯାଇଥିବାରୁ ଶିକ୍ଷାର୍ଥୀଙ୍କ ପାଠପଢାର ଟେନସନ ନାହିଁ । କରୋନା ସଂକ୍ରମଣ ଭୟରେ ଅଭିଭାବକ ମାନେ ନିଜ ନିଜ ଶିଶୁଙ୍କୁ ବାହାରକୁ ବାହାରିବାକୁ ସୁଯୋଗ ଦେଉନଥିବାରୁ ଘରେ ବସି ପିଲା ମାନେ ନ ଟିଭି ଦେଖିବା, ଭିଡ଼ିଓ ଗେମ୍ ଖେଳିବା ଏବଂ ମୋବାଇଲ ଦେଖିବାରେ ବହୁ ସମୟ ଅତିବାହିତ କରୁଛନ୍ତି । ବିଦ୍ୟାଳୟ ଗ୍ରୀଷ୍ମ ଛୁଟିରେ ଭ୍ରମଣର ସୁଯୋଗ ମିଳୁଥିବା ବେଳେ ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ବାହାରକୁ ଭ୍ରମଣ କରିବା ପାଇଁ କଟକଣା ଜାରୀ ହୋଇଛି । ଏଭଳି ପରିସ୍ଥିତିରେ ପିଲା ମନେ ଘରେ ରହି ବ୍ୟସ୍ତ ବିବ୍ରତ ହୋଇ ପଡ଼ୁଛନ୍ତି । ଶିଶୁଙ୍କ ଅଳି ଅର୍ଦ୍ଧଳିକୁ ଅଭିଭାବକ ମାନେ ସହ୍ୟ କରୁ ପାରୁନଥିବା ବେଳେ ବହୁ ସମୟରେ ବିରକ୍ତ ଭାବ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।


