ବିଶ୍ବ ଘର ଚଟିଆ ଦିବସ ପାଳନ

ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗୁଣ୍ଠବନ୍ଧ ଗ୍ରାମରେ ବିଶ୍ବ ଘର ଚଟିଆ ଦିବସ ପାଳିତ ହୋଇଯାଇଛି।। ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ବ ବ୍ୟାପି ଘର ଚଟିଆ ଦିବସ ରୂପେ ପାଳନ କରାଯାଉଛି । ପରିଷଦ ତରଫରୁ ଗୁଣ୍ଠବନ୍ଧ ଗ୍ରାମରେ କୃତ୍ରିମ ବସା,ଖାଦ୍ୟ ସ୍ଥଳୀ ଲଗାଯାଇଥିଲା ଏବଂ ଅଗାମୀ ଦିନରେ ପ୍ରବଳ ଗ୍ରୀଷ୍ମକୁ ଲକ୍ଷ୍ୟ କରି ତୃଷାର୍ତ୍ତ ପକ୍ଷୀ ପଶୁ ମାନଙ୍କ ତୃଷ୍ଣା ନିବାରଣ ପାଇଁ ମାଟି ପାଣି ପାତ୍ର ଘର ଘର କୁ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝୀ,, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ସିଲୁ ମହାନ୍ତି , ସଞ୍ଜୟ ପାତ୍ର,ବନମାଳୀ ପ୍ରଧାନ, ବିନୋଦ ପାତ୍ର,ରଞ୍ଜନ ବେହେରା,ଗିରିଧାରୀ ମଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପ୍ରକାଶ ଥାଉକି ୨୦୧୧ମସିହାରେ ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ୍, ଦକ୍ଷିଣପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରେ କିଛି ଯୁବକଙ୍କୁ ନେଇ ଗଠିତ ହୋଇଥିଲା ଆଞ୍ଚଳିକ ବିକାଶ ପରିଷଦ ନାମକ ସ୍ବେଚ୍ଛାସେବୀ ଯୁବ ସଂଗଠନ। ୨୦୧୩ ମସିହା କଥା ,ଗାଁରେ ପୂର୍ବରୁ ଦେଖାଯାଉଥିଲା ଘର ଚଟିଆ କିନ୍ତୁ ଦୁଇଦୁଇଟି ବାତ୍ୟା ,ଚାଳ ଛପର ଘରର ସ୍ଥାନରେ କଂକ୍ରିଟ ଘର ଯୋଗୁଁ ବାସସ୍ଥାନର ଅଭାବ,ଆଧୁନିକ ପ୍ରଣାଳୀରେ ଚାଷ ତଥା ଅମଳ ଯୋଗୁଁ ଖାଦ୍ୟାଭାବ , ଗାଁ ଗାଁ ରେ ମୋବାଇଲ ଟାଓ୍ବାରର ବିକିରଣର ଦ୍ବାରା ଦିଗହରା ତଥା ପ୍ରଜନନ କ୍ଷମତା ହ୍ରାସ ଏଭଳି କାରଣ ଯୋଗୁଁ ଏହି ଛୋଟ ପକ୍ଷୀଟି ପ୍ରାୟ ବିଲୁପ୍ତ ପ୍ରାୟ ହୋଇଯାଇଥିଲା ।ଏକ ସର୍ଭେକ୍ଷଣରୁ ଜଣାପଡିଲା ଯେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ଘର ଚଟିଆ ପୃଧିବୀ ରୁ ଲୋପପାଇଗଲେଣି।ଏହି କ୍ଷୁଦ୍ର ପକ୍ଷୀ ଟି କିପରି ପୁଣି ଆମ ଘରକୁ ଫେରିପାରିବ ତପରେ ଚିନ୍ତା କରି ଘର ଚଟିଆର ସୁରକ୍ଷା ଉପରେ କାର୍ଯ୍ୟକରିବା ପାଈଁ ନିଷ୍ପତି ନେଲେ । ଆଖପାଖ ଅନେକ ଗ୍ରାମରେ ଅନୁସନ୍ଧାନରୁ ଜଣାପଡିଲା ଯେ ବାଘଝରୀ ଓ ବିରି ବାଡିଆ ଗ୍ରାମରେ ୫/୬ ଟି ଅଛନ୍ତି ,।ତାପରେ ଆରମ୍ଭ ହୋଇଥିଲା ଅଭିଯାନ ପ୍ଲାଇ ବୋର୍ଡ , ମାଟି ହାଣ୍ଡି,ଶୁଖିଲା ନଡିଆ ଓ ଶୁଖିଲା ଲାଉ ତୁମ୍ବାରେ ସେମାନଙ୍କ ପାଇଁ ଘର ତିଆରି କରାଗଲା ଏବଂ ଖାଦ୍ୟ ସ୍ଥଳିର ମଧ୍ୟ ବ୍ୟବସ୍ଥା କରାଗଲା । ଲୋକମାନଙ୍କ ଘର ଆଗରେ ମାଗଣାରେ ସ୍ଥାପନ କରାଗଲା ଓ ଗାଁ ଲୋକମାନେ ମଧ୍ୟ ଏଥିରେ ସହଯୋଗ କଲେ। । ଧିରେଧିରେ ଆକୃଷ୍ଠ ହୋଇ ଘର ଚଟିଆ କୃତ୍ରିମ ବସାରେ ରହିଲେ ଓ କ୍ରମାଗତ ଭାବେ ସେମାନଙ୍କ ବଂଶ ବୃଦ୍ଧି ଘଟିଲା। ଧିରେ ଧିରେ ଅନ୍ୟ ଗାଁର ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ ପର୍ଯ୍ୟାୟକ୍ରମେ ଲାଞ୍ଜିଆ, ଗୁଣ୍ଠବନ୍ଧ ଓ ବ୍ରହ୍ମପୁର ମହାନଗରର ଧର୍ମନଗର ଠାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବାଘଝରୀ ଗ୍ରାମରୁ ଗୋଟିଏ ଯୋଡି ଘର ଚଟିଆ ସ୍ଥାନାନ୍ତରିତ କରି ଗୁଣ୍ଠବନ୍ଧରେ ଛଡାଯାଇଥିଲା ଓ ସଫଳତାର ସହିତ ବଂଶ ବୃଦ୍ଧି ହୋଇପାରିଛି ଏବଂ ଓଡିଶାର ପ୍ରଥମ ପ୍ରବାସୀ ଘର ଚଟିଆ ଗ୍ରାମ ହୋଇପାରିଛି। ଏହି ସ୍ଥାନ ମାନଙ୍କରେ ପ୍ରଥମେ ୫/୬ ଟି ଘର ଚଟିଆ ଥିଲେ ବର୍ତ୍ତମାନ ସେମାନଙ୍କ ସଂଖ୍ୟା ବୃଦ୍ଧି ଘଟି ବାଘଝରୀରେପ୍ରାୟ ୨୦୦,ଲାଞ୍ଜିଆରେପ୍ରାୟ ୧୨୦ ବିରିବାଡିଆରେପ୍ରାୟ ୧୧୦, ଗୁଣ୍ଠବନ୍ଧରେ ୦୨ ରୁ ୫୦, ଧର୍ମନଗରରେପ୍ରାୟ ୧୨୦ ରୁ ଉର୍ଦ୍ଧ୍ବ ହେଲେଣି। ଏହି ସ୍ଥାନମାନଙ୍କରେ ପୂର୍ବରୁ ପ୍ଲାଇ ଉଡ୍ ର ୧୨୦ , ଶୁଖିଲା ନଡିଆର ୩୦ ଗୋଟି,ମାଟି ହାଣ୍ଡି ୪୦ ଏବଂ ଲାଉ ତୁମ୍ବାର ୨୫ ଗୋଟି ଘର ଲଗାଯାଇଥିଲା।ଗଞ୍ଜାମ ଜିଲ୍ଲା ଅଧିନସ୍ଥ ବାଇଶି ଗୋଟି ବ୍ଲକ୍ ରଗୋଟିଏ ଗୋଟିଏ ଗ୍ରାମ ଏବଂ ବ୍ରହ୍ମପୁର ମହାନଗର ନିଗମର ତିନୋଟି ସାହିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଲୋକମାନଙ୍କୁ ମାଗଣାରେ କୃତ୍ରିମ ଘର ଓ ଖାଦ୍ୟସ୍ଥଳୀ ବଣ୍ଟନ କରାଯାଉଛି।ଆରମ୍ଭ କରାଯାଇଥିବା ପ୍ରତ୍ୟେକ ଗ୍ରାମରେ ସେହି ଗ୍ରାମର ଗୋଟିଏ ସ୍ବେଚ୍ଛାସେବୀଙ୍କୁ ଏହାର ସୁରକ୍ଷା ଓ ସଂରକ୍ଷଣର ଦାୟିତ୍ବ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୪୨୦ ଗୋଟି କୃତ୍ରିମ ଘର ଓ ୧୮୦ ଗୋଟି ଖାଦ୍ୟସ୍ଥଳୀ ଲଗାଯାଇଛି ।ସମଗ୍ର ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକ୍ ଅନ୍ତର୍ଗତ ଗୋଟିଏ ଗ୍ରାମକୁ ମିଶାଇ ସମୁଦାୟ ତିରିଶ ଗୋଟିଘର ଚଟିଆ ସୁରକ୍ଷା ଗ୍ରାମ କରାଯାଇଛି । ଆଗାମି ଦିନରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହି ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦର ସଭାପତି ସାଗର କୁମାର ପାତ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ