ବହୁ ହେବିୱେଟ ଙ୍କର ଅମାନତ ଉଡିଗଲା

ଚଳିତ ସାଧାରଣ ନିର୍ବାଚନ ରେ ଓଡିଶା କଂଗ୍ରେସ ରେ ଘୋର ବିପର୍ଯ୍ୟୟ ଘଟିଛି । ଦଳ ଆଶା କରିଥିବା ଆସନ ଠାରୁ ବହୁ ପଛରେ ରହିଯାଇଛି । ଏପରିକି ସର୍ବପୁରାତନ ଦଳ କଂଗ୍ରେସ ରାଜ୍ୟ ରେ ୨ ଅଙ୍କ ଛୁୁଇଁ ପାରି ନାହିଁ । ବହୁ ହେବିୱେଟ ଏଥରକ ଚିତପଟାନ ମାରିଛନ୍ତି କଂଗ୍ରେସ ର ୬୨ ଜଣ ପ୍ରାର୍ଥୀ ଓ ବିଜେପିର ଜଣେ ପ୍ରର୍ଥୀଙ୍କର ଅମାନତ ଉଡିଯାଇଛି । ଏହି ସମସ୍ତ ପ୍ରାର୍ଥୀ ଙ୍କ ଉପରେ ନଜର ପାକାଇଲେ ଦଶ ପ୍ରତିଶତ କମ ଭୋଟ ପାଇଛନ୍ତି । ଅମାନତ ଉଡିଥିବା ପ୍ରାର୍ଥୀ ମାନଙ୍କ ମଧ୍ୟ ରେ ଜାତୀୟ କଂଗ୍ରେସ ସବୁଠୁ ଆଗରେ । ଏହି ଦଳ ର ୫୬ ଜଣ ଙ୍କ ର ଅମାନତ ଉଡିଯାଇଛି । ବିଧାନ ସଭା ଏବଂ ଲୋକସଭା ପ୍ରର୍ଥୀମାନେ ସାମିଲ । କଂଗ୍ରେସ ବରିଷ୍ଠ ନେତା ମାନଙ୍କ ମଧ୍ୟ ରେ ଅଛନ୍ତି ସତ୍ୟବାଦୀ ରୁ ଲଢୁଥିବା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ. ଢେଙ୍କାନାଳ ରୁ ସାଂସଦ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂ ଦେଓ , କଟକ ଲୋକସଭା ଆସନରୁ ଲଢୁଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରମୁଖ ସାମିଲ ଅଛନ୍ତି । ନିର୍ବାଚନ କମିଶନ ଙ୍କ ଆଇନ ଅନୁସାରେ ଯଦି କୋ÷÷ଣସି ପ୍ରାର୍ଥୀ ୧୦ ପ୍ରତିଶତ ରୁ କମ୍ ଭୋଟ ପାଆନ୍ତି ସେମାନଙ୍କୁ ନିର୍ବାଚନ ର ଅମାନତ ରାଶି ଫେରାଇ ଦିଆଯିବ ନାହିଁ । ଏଣୁ କୁହାଯାଏ ନିର୍ବାଚନ ଅମାନତ ପାଇବା ଏକ ସମ୍ନାନ ପ୍ରଶ୍ନ ହୋଇଥାଏ । ଢେଙ୍କାନାଳ ର ଲୋକସଭା ର ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେପିସିଂ ଦେଓ ୭.୧ ପ୍ରିତିଶତ ବା ୮୦ ହଜାର ୩୪୯ ଖଣ୍ଡ ଭୋଟପାଇ ଅମାନତ ହାରାଇଛନ୍ତି । ଏବଂ ତା ସହିତ କଟକ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ପଞ୍ଚାନନ କାନୁନଗୋ ୯.୪୨ ପ୍ରତିଶତ ବା ୯୯ ହଜାର ୮୪୭ ଭୋଟ ପାଇଛନ୍ତି । ଏବଂ ଏମାନଙ୍କ ସହିତ ଅଛନ୍ତି ବରଗଡ ର କଂଗ୍ରେସ ର ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ଦେବତା ୮.୭୭ ପ୍ରିତିଶତ ଯାଯପୁର ରୁ ମାନସ ଜେନା ୭.୬୩ ପ୍ରତିଶତ କେନ୍ଦ୍ରାପଡା ର ଧରଣୀଧର ନାୟକ ୯.୨୧ ପ୍ରତିଶତ ପୁରୀ ର ସତ୍ୟ ପ୍ରକାଶ ନାୟକ ୩.୯୪ ପ୍ରତିଶତ ଭୋଟ ପାଇଛନ୍ତି । ତା ସହିତ ଚଳିତ ନିର୍ବାଚନ ରେ କଂଗ୍ରେସ ର ମେଣ୍ଟ କରି ନିର୍ବାଚନ ଲଢୁଥିବା ସିପିଆଇଏମ ର ବରିଷ୍ଠ ନେତା ତଥା ଭୁବନେଶ୍ୱରର ସାଂସଦ ପ୍ରାର୍ଥି ଜନାର୍ଦ୍ଧନ ପତି ୨.୨୯ ପ୍ରତିଶତ ଓ ଆସ୍କାର ସିପିଆଇଏମ ର ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ୫.୯୨ ପ୍ରତିଶତ ଭୋଟ ପାଇଥିଲେ ମଧ୍ୟ ଅମାନତ ହରାଇ ବସିଛନ୍ତି । ଅନ୍ୟ ପଟରେ ବିଧାନ ସଭା ଉପରେ ନଜର ପକାଇଲେ କଂଗ୍ରେସ ଖଣ୍ଡପଡା ପ୍ରର୍ଥୀ ହୋଇଥିବା ବସନ୍ତ କୁମାର ମହାରଣା ସବୁଠାରୁ କମ ୧ ପ୍ରତିଷଶତ ଭୋଟ ପାଇଛନ୍ତି ବା ୮୮୫ ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ର ଗଡ କୁହାଯାଉଥିବା ବ୍ରହ୍ମଗିରି ଆସନ ରେ କଂଗ୍ରେସ ପ୍ରାର୍ଥୀ ଉମାକାନ୍ତବରାଳ ୧.୪ ପ୍ରତିଶତ ବା ୨ ହଜାର ୫ ଶହ ୪ ଖଣ୍ଡ ଭୋଟ ପାଇଛନ୍ତି । ପୁରୀ ର କଂଗ୍ରେସ ପ୍ରାର୍ଥୀ ଅରୋପ୍ରସାଦ ମିଶ୍ର ଙ୍କୁ ମିଳିଛି ୧.୮୮ ପ୍ରତିଶତ ବା ୨ ହଜାର ୯୩୪ ଖଣ୍ଡ ଭୋଟ । ପ୍ରସାଦ ହରି ଚନ୍ଦନ ଭୋଟ ପାଇଛନ୍ତି ମାତ୍ର ୧୧ ହଜାର ୨୭୩ ଖଣ୍ଡ ଭୋଟ ବା ୭.୨ପ୍ରତିଶତ ଏହା ସହ୍ିତ ସେ ମଧ୍ୟ ତାଙ୍କ ଅମାନତ ହରାଇଛନ୍ତି । ସୁନ୍ଦରଗଡ ବିଧାନସଭା ଆସନରୁ କଂଗ୍ରେସରୁ ପ୍ରର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କନ୍ୟା ଅମିତା ବିଶ୍ୱାଳଙ୍କ ଅମାନତ ରହିନାହିଁ ସେ ମୋଟ ୬.୯୩ ପ୍ରତିଶତ ବା ୧୨ ହଜାର ୮୭ ଖଣ୍ଡ ଭୋଟ ପାଇଛନ୍ତି । ତା ସହି ବିଜେପି ର ଜଣେ ମାତ୍ର ପ୍ରାର୍ଥୀ ଡାବୁ ଗାଁ ର ପଦ୍ମନ ନାୟକ ଆମାନତ ରହିନାହିଁ । ତାଙ୍କୁୁ ଭୋଟର ମାନେ ୧୬ ହଜାର ୩୯୪ ଖଣ୍ଡ ଅର୍ଥାତ ୯.୯୪ ପ୍ରତିଶତ ଭୋଟ ଦେଇଛନ୍ତି । ଏହା ସହିତ ବିଜେଡି ର କୋ÷÷ଣସି ନେତାଙ୍କ ର ଅମାନତ ଉଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ