ବଞ୍ଚୋ ଗ୍ରାମପଞ୍ଚାୟତରେ ସମ୍ପନ୍ନ ହେଲା ‘ପୋଷଣ ଅଭିଯାନ’ କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ଆଜି ବଞ୍ଚୋ ଗ୍ରାମପଞ୍ଚାୟତର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ‘ପୋଷଣ ଅଭିଯାନ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ସମ୍ପନ୍ନ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନକୁ ଗୁରୁତ୍ୱ ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାଆ ଓ ଶିଶୁ ଅଂଶଗ୍ରହଣ କରିଥିଲେ।ହାଟଡିହି ସିଡିପିଓ ଉମାମଣୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି ସୁପରଭାଇଜର ପ୍ରଭାସିନୀ ଜେନା ଏବଂ ମିନତୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂର କରିବା ଏବଂ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବ୍ୟାପକ ବାର୍ତ୍ତା ପ୍ରଦାନ କରାଯାଇଥିଲା। ‘ଅସ୍ପାୟର’ର କର୍ମକର୍ତ୍ତାବୃନ୍ଦ ଏବଂ ବଞ୍ଚୋ ଗ୍ରାମପଞ୍ଚାୟତର ଜି.ପି.ସି.ଏମ୍. ସୁନିଲ କୁମାର ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଅଙ୍ଗନଵାଡ଼ି କର୍ମୀ ଓ ଆଶା କର୍ମୀ ମାନେ ଯୋଗଦେଇଥିଲେ।


