୭ ଶିଶୁ ଶ୍ରମିକଙ୍କୁ ବିହାରର ଗୟା ଜିଲ୍ଲାରୁ ଉଦ୍ଧାର

ପାରଳାଖେମୁଣ୍ଡି, -(ତାରିଣୀ ପ୍ରଶାଦ ପଣ୍ଡା) ଗଜପତି ଜିଲ୍ଲାର ୭ଜଣ ଶିଶୁ ଶ୍ରମିକଙ୍କୁ ବିହାରର ଗୟା ଜିଲ୍ଲାରୁ ଉଦ୍ଧାର କରିଛି ପାରଳାଖେମୁଣ୍ଡି ସିଡବ୍ଲୁସି । ଏହି ସିଶୁମାନଙ୍କ ବୟସ ୧୫ରୁ ୧୭ବର୍ଷ ମଧ୍ୟରେ ହେବ । ଗତ ଓକ୍ଟୋବରରୁ ରାୟଗଡ ବ୍ଲକ ଓଡଗାଁ ଅଞ୍ଚଲର ୭ଜଣ ନାବାଳକଙ୍କୁ ସେହି ବ୍ଲକର ହରିଶ୍ଚନ୍ଦ୍ର ପରିଚ୍ଛା ମିଥ୍ୟା ପ୍ରଲୋଭନ ଦେଖାଇ କାମ ଯୋଗାଇଦେବା ନାମରେ ବିହାର ନେଇଥିଲେ । ସେମାନଙ୍କୁ ପ୍ରଥମେ ଗଞ୍ଜାମ ଜିଲ୍ଲାର ଖଲିକୋଟକୁ ନିଆଯାଇଥିବା ବେଳେ ପରେ ଗୟା ଜିଲ୍ଲାର ମାନପୁର ସ୍ଥିତ ରେଲ୍ୱେ ସ୍ଲିପର କମ୍ପାନୀରେ କାମରେ ଲଗାଯାଇଥିଲା । ସେଠାରେ ସେମାନଙ୍କୁ ଦୈନିକ ୮ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ପରିଶ୍ରମ କରିବାକୁ ପଡୁଥିଲା । ଦୈନିକ ଖାଇବାସହ ମାସିକ ୭ହଜାର ଟଙ୍କା ଦେବାପାଇଁ ଚୁକ୍ତି କରାଯାଇଥିଲା । ତେବେ ମଜୁରୀ ସେମାନଙ୍କ ପରିବାର ନିକଟରେ ନ ପହଁଞ୍ଚିବାରୁ ଶିଶୁଙ୍କ ପରିବାର ଲୋକେ ପାରଳାଖେମୁଣ୍ଡି ଚାଇଲ୍ଡଲାଇନ ମାଧ୍ୟମରେ ଶିଶୁ କଲ୍ଲ୍ୟାଣ ସମିତିକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଗୟା ଜିଲ୍ଲା ଶିଶୁ କଲ୍ୟାଣ ସମିତିକୁ ଯୋଗାଯୋଗ କରି ସେଠାକାର ପୋଲିସ ଓ ଶ୍ରମ ଅଧିକାରୀଙ୍କ ସହାୟତାରେ କମ୍ପାନୀରେ କାର୍ଯ୍ୟରତ ଶିଶୁ ମାନଙ୍କୁ ଚଳିତ ମାସ ଦ୍ୱିତୀୟ ଶପ୍ତାହରେ ଉଦ୍ଧାର କରାଯାଇ ଗୟା ସ୍ଥିତ ଏକ ଶିଶୁ ସଂସ୍ଥାରେ ରଖାଯାଇଥିଲା । କମ୍ପାନୀର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନିୟମ ଅନୁଯାୟୀ ପାରିଶ୍ରମିକ ଆଦାୟ କରାଯାଇ ଶିଶୁ ଶ୍ରମିକଙ୍କ ପରିବାର ନାମରେ ଡିମାଣ୍ଡ ଡ୍ରାଫ୍ଟ କରାଯାଇଥିଲା । ପରେ ପୋଲିସ ଓ ସେଠାକାର ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀଙ୍କ ସହଯାଗରେ ରବିବାର ୭ଜଣ ଶିଶୁଙ୍କୁ ଗଜପତି ଅଣାଯାଇଥିଲା । ଶିଶୁ କଲ୍ୟାଣ ସମିତିର ନିର୍ଦ୍ଦେଶ କ୍ରମେ ଏମାନଙ୍କୁ ପାରଳାଖେମୁଣ୍ଡି ସ୍ଥିତ ମୁକ୍ତ ଆଶ୍ରୟ କେନ୍ଦ୍ରରେ ଅସ୍ଥାୟୀ ଭାବେ ରଖାଯାଇ ସେମାନଙ୍କ ପରିବାରକୁ ଖବର ଦିଆଯାଇଥିଲା । ସେହିପରି ଦଲାଲଙ୍କ ସମ୍ପର୍କରେ ରାୟଗଡ ଓ ଗାରବନ୍ଧ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଦଲାଲ ହରିଶ୍ଟନ୍ଦ୍ର ପରିଚ୍ଛା ବର୍ତ୍ତମାନ ସୁଦ୍ଧା ଧରାପଡି ନଥିବା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ